STORYMIRROR

sasmita tripathy

Inspirational

3  

sasmita tripathy

Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
378

କର୍ମର ଅଧିନ ଅଟେ ଏ ଜୀବନ

କିଛି ନାହିଁ କର୍ମ ବିନା

ଅକଳ୍ପନୀୟ ଏ ଜୀଵନର ସ୍ଥିତି 

ନିଷ୍ଠା କର୍ମ ସମ୍ପାଦନା


କରଣୀୟ କର୍ମ କରିଲେ ଈଶ୍ୱର 

ହୋଇଥାନ୍ତି ଯେ ପ୍ରସନ୍ନ

ଅକରଣୀୟ ଯା ଦିଏ ଅପମାନ

କର୍ତ୍ତବ୍ୟ ହିଁ ଭଗବାନ


ସୁଚାରୁ ରୂପରେ ନିଭାଇ କର୍ତ୍ତବ୍ୟ 

ଯତ୍ନଶୀଳ ହେବା ଆମେ 

ଆଳସ୍ୟ ପରାଣ କର୍ମ ଵିମୁଖତା

କଳୁଷତା ଭରେ ମର୍ମେ


ଦେଶ ଜାତି ତଥା ସମାଜ ପ୍ରଗତି

ପାଇଁ ଆମେ ହେବା ବ୍ରତୀ 

ଆତ୍ମୀୟ ସ୍ଵଜନ ସ୍ନେହେ ଅନ୍ଧ ହୋଇ 

କରିବା ନାହିଁ ଅନୀତି


କର୍ତ୍ତବ୍ୟ ପରାଣ ବ୍ୟକ୍ତି ଆଦର୍ଶରେ 

ରୁଦ୍ଧିମନ୍ତ ହୁଏ ସମାଜ 

ଅଜ୍ଞାନ ଅନ୍ଧାର କୁସଂସ୍କାର ହଟେ

ଲକ୍ଷ୍ୟ ପଥ ହୁଏ ସହଜ 


ନେତୃ ବର୍ଗ ଜନ ନାୟକ ହୋଇଲେ 

କର୍ତ୍ତବ୍ୟ ପଥରେ ବ୍ରତୀ

ଦେଶର ଉନ୍ନତି ହୋଇବ ସାଧିତ

ଦୃଢ ଜାତୀୟ ସଂହତି


କର୍ମ ବିମୂଢତା ମନୁଷ୍ୟକୁ କରେ 

କୁପଥ ବିପଥ ଗାମୀ 

ମାନସିକ ରୋଗ ଅଶାନ୍ତ ଶରୀରେ 

କାଳ ବିତେ ଭ୍ରମି ଭ୍ରମି 


କର୍ତ୍ତବ୍ୟ ପଥରେ ହେଲେ ଅଗ୍ରସର

ଟାଳିବାକୁ ବାଧା ବିଘ୍ନ

ଲୋଡ଼ା ଦୃଢ଼ ମନ ସମୟାନୁବର୍ତ୍ତିତା 

ଚେଷ୍ଟା ବି ନିରବିଛିନ୍ନ 


ଛାତ୍ର ଜୀଵନରୁ ହେବାକୁ ପଡିବ

କର୍ତ୍ତବ୍ୟରେ ଅଗ୍ରସର

ନୋହିଲେ ଜୀଵନ ହେବ ଦୁଃର୍ବିସହ

ଦେଶ ବି ଅନଗ୍ରସର 


ଧୈର୍ଯ୍ୟ ଓ ସାହସ ଶୃଙ୍ଖଳା ସଂଗ୍ରାମ

ବ୍ୟକ୍ତିର ସ୍ୱର୍ଗୀୟ ଗୁଣ 

ଜୀବନେ ଅସାଧ୍ୟ ସାଧିବାକୁ ଥିଲେ 

ହୁଅ କର୍ତ୍ତବ୍ୟ ପରାଣ 



Rate this content
Log in

Similar oriya poem from Inspirational