STORYMIRROR

Pranati Acharya

Drama Others

2  

Pranati Acharya

Drama Others

କର୍ତ୍ତବ୍ୟ କରିବୁ ଦାୟିତ୍ବ ନେଇ

କର୍ତ୍ତବ୍ୟ କରିବୁ ଦାୟିତ୍ବ ନେଇ

1 min
101


ମାଆ କହୁଥାଏ ପୁଅକୁ ବୁଝାଇ ଶୁଣୁଥା ମୋ କଥା ଧ୍ୟାନେ 

କହୁଅଛି ଯାହା ଅନୁଭବ କଥା ବୁଝି ହେଜି ହେବୁ ମନେ।। 


ମନୁଷ୍ଯ ଜନମ ଜଗତେ ସାର ନିଜ ସଂକଳ୍ପ ରେ ରହିବୁ ସ୍ଥିର 

ଇଛା ର ମୂଳରେ ଥାଏ ଉପାୟ ସାବଧାନ ତୁହି ନେବୁ ନିର୍ଣୟ ।। 


କୋଟି ଧର୍ମ ବଳେ ମଣିଷ ଜନ୍ମ ବୁଝି ବିଚାରି ତୁ କାଟିବୁ ଦିନ

 ନିଜ କର୍ତ୍ତବ୍ୟରୁ ହାରିବୁ ନାହିଁ ଚଳି ଚଳାଇବୁ ସେନେହ ଦେଇ ।।


ଗୁରୁଜନ ମାନେ ଈଶ୍ବର ସମ ଭାବରେ ବାନ୍ଧିବୁ କରିବୁ ନମ 

ଅତ୍ୟଧିକ ପ୍ରେମ କରିବୁ ନାହିଁ ପ୍ରେମରେ ଅଭାବ ରଖିବୁ ନାହିଁ ।।


ଭବିଷ୍ୟତ କଥା ମୂଢ ଭାବନ୍ତି ଅତୀତ କଥାରେ ହେଜି ହୁଅନ୍ତି 

ଉତ୍ତମ ପୁତ୍ରର ଜୀବନ ଧର୍ମ ପିତା ମାତା ପୂଜେ ତିରିଥ ସମ ।। 


ଅତୀତ ସ୍ମୃତିକୁ ରଖିବୁ ମନେ ଜତ୍ନ କଲେ ରତ୍ନ ମିଳିବ ଦିନେ

 ଜୀବନ ଯୁଦ୍ଧରେ ହାରିବୁ ନାହିଁ କର୍ତ୍ତବ୍ୟ କରିବୁ ଦାୟିତ୍ବ ନେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama