STORYMIRROR

Tapaswini DashSarangi

Classics Inspirational Others

4  

Tapaswini DashSarangi

Classics Inspirational Others

କୃଷ୍ଣ ଓ କୃଷ୍ଣା

କୃଷ୍ଣ ଓ କୃଷ୍ଣା

1 min
23.4K

ସମର୍ପଣ ଓ ପ୍ରତିଶୃତି ଶବ୍ଦର ଯଥାର୍ଥତା

କହିଲେ ଆଖି ଆଗକୁ ଚାଲିଆସେ

ଏକ ନିଚ୍ଛକ ପବିତ୍ର ଏବଂ ଏକାଗ୍ରଚିତ୍ତ

ସମ୍ପର୍କ, ସେ ଦୁହେଁ ହେଲେ

ଜଣେ କୃଷ୍ଣ ଜଣେ କୃଷ୍ଣା

ନାମ ଏକ ବର୍ଣ୍ଣ ବି ଏକ।


ବିରାଟ କୁରୁସଭାରେ ଦୁର୍ଯ୍ୟୋଧନର

ନିର୍ଦ୍ଦେଶ ଆଉ ଦୁଃଶାସନର ଦୁଷ୍ଟତାରେ

ନତମସ୍ତକ ହୋଇଥିଲା ପାଣ୍ଡବଙ୍କ ବୀରତା

ବଳି ପଡିବାକୁ ଯାଉଥିଲା କୃଷ୍ଣାଙ୍କ ପବିତ୍ରତା।


ସମର୍ପଣର ଶୀର୍ଷରେ ନିଜକୁ ରଖି ସମର୍ପିତ

କୃଷ୍ଣା ସମର୍ପି ଦେଲେ ନିଜକୁ ନିଜ ସଖା କୃଷ୍ଣଙ୍କ ପାଖେ।

ହେ କୃଷ୍ଣ !ର ଆର୍ତ୍ତଚିତ୍କାରରେ ଅଙ୍ଗୀକାରବଦ୍ଧ

ସଖା କୋଟିବସ୍ତ୍ରର ଆବରଣରେ ଲଜ୍ଜା ନିବାରଣ 

କରି ନିଜ ସଖୀକୁ ଦେଇଥିବା ପ୍ରତିଶୃତିର ରକ୍ଷା 

କରି ନିଜର ମାନ ଆଉ କୃଷ୍ଣାଙ୍କ ସମ୍ମାନକୁ

ଏକ ଡୋରରେ ଶକ୍ତ କରି କୃଷ୍ଣାଙ୍କ ଅନ୍ତଃକରଣରେ

ନିଜକୁ ଉଚ୍ଚରେ ରଖିଲେ।



Rate this content
Log in

Similar oriya poem from Classics