କୃଷ୍ଣ ନାମ ଗାଇ ଗାଇ
କୃଷ୍ଣ ନାମ ଗାଇ ଗାଇ
କୃଷ୍ଣ ନାମ ଗାଇ ଗାଇ ଚାଲିଯାଉ ପ୍ରାଣରେ,
ଚାଲିଯାଉ ପ୍ରାଣ ।
କୃଷ୍ଣ ନାମ ଏକା ମୋର ହୃଦର ଚନ୍ଦନରେ,
ହୃଦର ଚନ୍ଦନ ।।
କୃଷ୍ଣ ନାମ ବିନା ଆନେ ନାହିଁ ମୋର ମନରେ,
ନାହିଁ ମୋର ମନ ।।
କୃଷ୍ଣ ମୋର ଗତି_ମୁକ୍ତି କୃଷ୍ଣ ମୋର ଧନରେ,
କୃଷ୍ଣ ମୋର ଧନ ॥
କୃଷ୍ଣ ମୋ ପରାଣବନ୍ଧୁ କୃଷ୍ଣ ମୋ ଜୀବନରେ,
କୃଷ୍ଣ ମୋ ଜୀବନ । ।
କୃଷ୍ଣ ଭାଇ ବନ୍ଧୁ ସଖା ସହୋଦର ପୁଣରେ,
ସହୋଦର ପୁଣ । ।
କୃଷ୍ଣ ଅଟେ ମାତାପିତା କୃଷ୍ଣ ଗୁରୁ ପୁଣରେ,
କୃଷ୍ଣ ଗୁରୁ ପୁଣ ॥
ମୋ ଜୀବନ ତରଣୀର ନାବିକ ସେ ଜାଣରେ,
ନାବିକ ସେ ଜାଣ।।
