Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

କୃଷ୍ଣ ଏକା ଗଣ୍ଠିଧନ

କୃଷ୍ଣ ଏକା ଗଣ୍ଠିଧନ

1 min
335


ଘନ ଅନ୍ଧକାରେ  ଏକା କୃଷ୍ଣ ନାମ

  ଜ୍ୟୋତି ଆଲୋକର ପୁଞ୍ଜ

ଭଜ କୃଷ୍ଣ ନାମ  ଜପ କୃଷ୍ଣ ନାମ

   କୃଷ୍ଣ କୃଷ୍ଣ ମନ ଭଜ ।


କୁଞ୍ଜ ଓ ନିକୁଞ୍ଜ  ଗହନ ମନର

   କୃଷ୍ଣ ନାମ ଅଭିସାର

ଝରାଏ ଅମୃତ  ପ୍ରେମସୁଧା ସାର

   ଲାଗେ କୃଷ୍ଣ ଆପଣାର

କୃଷ୍ଣ ନାମ ଧରି  ନିସ୍ତରେ ଜୀବନ

   କୃଷ୍ଣ ଏକା ଗଣ୍ଠିଧନ ।


କୃଷ୍ଣ ହିଁ ପରାଣ  ଜୀବନ ସ°ଗ୍ରାମ

  କୃଷ୍ଣ ଗୀତା ଦିବ୍ୟଜ୍ଞାନ

କୃଷ୍ଣ ଆରାଧନା  କୃଷ୍ଣ ହିଁ ତପସ୍ୟା

   କୃଷ୍ଣ ଧନ ପରିଶ୍ରମ

କଳ୍ପ ବଟ ଛାୟା  ପୁରୁଷ ଉତ୍ତମ

   କୃଷ୍ଣ ପରମ କାରଣ ।


ଶବଦ ଅକ୍ଷର  ବାକ୍ୟ ଖଣ୍ଡବାକ୍ୟ

  ଅବ୍ୟୟ କୃଷ୍ଣ ସାନ୍ନିଧ୍ୟ

ଅନୁସରି କୃଷ୍ଣ  ସତ୍ୟ ସଦାଚାର

  ହାରେ ପାପ ଜିଣେ ଧର୍ମ

ଧାରଣ କରନ୍ତି  ଚକ୍ର ସୁଦର୍ଶନ

   ସ୍ୱୟଂ ଭଗବାନ କୃଷ୍ଣ ।


ଜଳୁ ଅବିରତ  ଜୀବନ ସଳିତା

  ବିତରୁ ଆଲୋକ କଣ

ନିରନ୍ନ ମୁଖରେ  ଟେକୁ ମୁକ୍ତ ହସ୍ତ

   ଆହାର ମୁଠିଏ ଅନ୍ନ

ଆସ ଅବତରୀ  ସନାତନ ବ୍ରହ୍ମ

  ନରଦେହୀ ନାରାୟଣ ।



Rate this content
Log in

Similar oriya poem from Inspirational