କୃଷକ
କୃଷକ
ଉତ୍କଳ ଭୂଇଁର କୃଷକ ବୀର ସେ
କୋମଳ ହୃଦୟ ତାର ,
ମନେ ନାହିଁ ତାର କାହା ପ୍ରତି ହିଂସା
ସଭିଙ୍କୁ ଦିଏ ଆହାର ।
ନମାନେ ତ ଖରା ନମାନେ ବରଷା
ନମାନେ ସେ ପୁଣି ଶୀତ ,
ନିଶି ପାହିଗଲେ ଲଙ୍ଗଲର ସାଥେ
ବିଲରେ ସେ ଉପସ୍ଥିତ ।
ମୁଣ୍ଡ ଝାଳ ତାର ତୁଣ୍ଡରେ ସେ ମାରେ
ଖାଏ ସେ ପଖାଳ ଭାତ ,
କାହାରି ଉପରେ ଭରଷା ରଖେନି
ବରଷା ପରା ତା ମିତ ।
ଅକ୍ଷୟ ତୃତୀୟା ତା ବଡ଼ ପରବ
କୃଷିର ଆରମ୍ଭ ଦିନ ,
ପ୍ରଭାତରୁ ଉଠି ବସୁମତୀ ପୂଜି
ଆନନ୍ଦରେ ବୁଣେ ଧାନ ।
ସୁନାର ଖେତରେ ସବୁଜ ଫସଲ
ମୁଖେ ତାର ଦିଏ ହସ ,
ଅକାଳରେ ଝଡ଼ ଆସି ଭାଙ୍ଗି ଦିଏ
ତା ମନର ଅଭିଳାଷ ।
କୃଷକର ଦୁଃଖ ବୁଝେନି ଦୁନିଆଁ
କରେ ତାକୁ ଉପହାସ ,
ତା ବିନା ଦୁନିଆଁ କେମିତି ଚଳିବ
ଜାଣେନି ତାର ମହତ ।