କରୋନାରେ ଜୀବନ
କରୋନାରେ ଜୀବନ
କାଳର କରାଳ ବିଭୀଷିକା ରୂପ
ସଂହାର କରିବ ଦିନେ,
ବିଜ୍ଞ ମଣିଷର ଚିନ୍ତା ଚେତନାରେ
ଭାବିଥିଲା କିବା ମନେ ।
ମାଟିରେ ଗଡୁଛି କୁଢ଼ କୁଢ ଶବ
ପାଶେ ନାହିଁ ପରିଜନ,
ମାଟିରେ ମିଶିଛି ଅହଙ୍କାର ଆଉ
ସଞ୍ଚିଥିବା ଅଭିମାନ ।
ଖାଦ୍ୟ ଅଭାବରୁ ପେଟ ଭୋକ ମରେ
କରୋନା ସାଜିଛି ଦାଉ,
ସାରା ଜଗତକୁ ରୋଗ ଘାରିଅଛି
ଅକାଳେ ଗ୍ରାସିଛି ରାହୁ ।
ବିଚଳିତ ଆଜି ମଣିଷ ଜୀବନ
ଜୀବିକା ବିପନ୍ନ ଦାଉ,
ମଣିଷ କରୁଛି ଆତୁର ଚିତ୍କାର
ରଖ ପ୍ରଭୁ ମହାବାହୁ ।
ଏଘୋର ବିପଦେ ବିଭୁ ଆଶ୍ରା ବିନା
ନାହିଁ ଅନ୍ୟ ଗତି କାର,
କେତେ ବିତ୍ତଶାଳୀ ପଡିଲେଣି ଟଳି
ମହିରେ ମୁଁ ଅତି ଛାର ।
ପ୍ରଯୁକ୍ତି ବିଦ୍ୟାର ଉପଯୋଗ କର
ବିଶ୍ଵର ବିକାଶ ପାଇଁ,
ବିଶ୍ୱ ଯଦି ନାଶ ହୁଏ ତୁମ ପାଇଁ
ସେକଥା ବୁଝିବେ ସାଇଁ ।
