Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy

4  

Prabhati Mahapatra

Tragedy

କରୋନାର ପ୍ରଭାବ

କରୋନାର ପ୍ରଭାବ

1 min
236



ପ୍ରୟୋଜନ ବିନା   ଅନ୍ୟାନ୍ୟ ଦପ୍ତର

ଯେବେ ହୋଇ ଗଲା ବନ୍ଦ

କିପରି ଚଳିବ   ଦେଶ କାମ କାର୍ଯ୍ୟ

ମନରେ ଚାଲିଲା ଦ୍ଵନ୍ଦ୍ୱ ।


ବଶଟା ବାଜିଲେ    ଦପ୍ତର ଯିବାର 

ମୋହ ପୋଛି ଯାଏ ଧୀରେ

ଲାପଟପ୍ ସାଜିଲା  ଜୀବନର ସାଥୀ

କର୍ତ୍ତବ୍ୟରତ ଯେ ଘରେ ।


ସକାଳୁ ସକାଳୁ     ଅଫିସ୍ ପାଇଁ କି

ଲାଗି ଥାଏ ଯେତେ ଭିଡ଼

ଗୃହିଣୀ ଅଳପ    ଆଶ୍ଵସ୍ତି ଲଭିଲେ

ସମୟ ବଦଳେ ମୋଡ଼ ।


ଶୟନ କକ୍ଷ ଯେ   ସ୍ଵାମୀଙ୍କ ଅଫିସ୍

ପିଲା ଅନଲାଇନ୍ ପଢା

ରନ୍ଧନଶାଳରେ    ଘରଣୀ ଥକିଲେ

ଅଗଣାରେ ହୁଏ ଛିଡ଼ା ।


ପତି ଦେବ ମୁଖ   ଲାଗୁ ଥିଲା ସୁଖ

ସଂଧ୍ୟାରେ ଫେରିଲା ପରେ

ଏବେ ସେ ବଦନେ   କ୍ଲାନ୍ତି ପରିପୂର୍ଣ୍ଣ

ଦେଖି ପ୍ରାଣ ଝୁରି ମରେ ।


କେବେ ସେ କରୋନା ନିର୍ମୂଳ ହୋଇବ

ମୁହଁରେ ଫୁଟିବ ହସ

ନଚେତ୍ ଜୀବନ   ନିଭୃତ କୋଣରେ

ଜଳି ଜଳି ହେବ ଶେଷ ।



Rate this content
Log in

Similar oriya poem from Tragedy