STORYMIRROR

Surjyakanta Dash

Inspirational

3  

Surjyakanta Dash

Inspirational

କରୋନାର ଭୟ

କରୋନାର ଭୟ

1 min
56


ଏଇଟା ତ ନିରୋଳା ସମୟ

କରୋନାର ଭୟ

ଚାରିଆଡେ ବିଛେଇ ହୋଇ ପଡ଼ିଛି

ଚତୁର୍ଦ୍ଦିଗ ଅନ୍ଧକାର ମୟ

ଯୁଆଡ଼େ ଚାହିଁଲେ

ସିଆଡେ ପଜେଟିଭ୍ କେସ

କାରୋନାର ଲାଲ୍ ଲାଲ୍ ଜିହ୍ୱା

ଚାଟି ନେଉଛି ସମସ୍ତଙ୍କୁ

ବୁଢ଼ା ଠୁ ଭେଣ୍ଡିଆ ଯାଏ

ସମସ୍ତେ ତା କବଳରେ

କୋକୁଆର ଭୟଘର, ଦୋକାନ, ବଜାର

ସାହି,ପଡିଶା,ମନ୍ଦିର, ମସଜିଦ

ସବୁ କଣ୍ଟେ୍ନ ମେଣ୍ଟ ଜୋନ୍ଘରେ,

ବାହାରେ ଅବା ସମୁଦ୍ର କୂଳରେ

ପାଖକୁ ଅସନ୍ତିନି କେହି

ସବୁଦିନ ହାତ ଧରି ବସୁଥିବା ପ୍ରେମିକା ବି

ଆସେନା ଭୟରେ

କାରଣଟା ବେଶ୍ ସ୍ପଷ୍ଟ

ଖୁଁ ଖୁଁ କାଶ

ବୟସର ଭାରାକ୍ରାନ୍ତ କାନ୍ଧ

ନିଜ ଲୋକବି ହାତ ଛାଡ଼ି ଦିଅନ୍ତି

ବେଶ୍ ସମୟ ବିତି ଯାଏ

ରାତ୍ରିର ଅନ୍ଧକାର ହଟେଇ

ସକାଳ ଆସିଲା ପରି

କେହି ବି ଆସନ୍ତିନି

ଶୁଭେଛା ର ବାର୍ତ୍ତା ଧରି

ବେଳେ ବେଳେ ଶୁଣାଯାଏ

ଆମ୍ବୁଲାନ୍ସ ର ସାଇରନ୍

କିଏ ଜଣେ ଭେଣ୍ଡିଆ ଟାଏ

ମରିଯିବାର ଖବର ଆସେ,

ଦିନ ବି ମାଡ଼ି ମାଡ଼ି ପଡେ

ଅନ୍ଧାର ଭଳି।

ଅଟକି ଯାଏ ପାଦ ଚାଲୁ ଚାଲୁଖ

ସିଯାଇ ହାତରୁ ବାଙ୍କୁଲି ବାଡି

ଧିକାର କରେ ନିଜକୁ,

ନିଜ ନିପାରିଲା ପଣକୁ,

ଥରିଯାଏ ପଞ୍ଜରା ହାଡ଼

ତାଳୁରୁ ତଳିପା ଯାଏ

ଏବେତ ସୂର୍ଯ୍ୟାସ୍ତ ପରର ନିରବତା

ସଜଡ଼ା ବଗିଚାରେ

ମଉଳା ଫୁଲର ବାସ୍ନା

ଝରା ପତ୍ରରେ ଲୁହ,ଭିଜି

ଯାଏ ଆଖିମାଡ଼ି ମାଡ଼ି ପଡେ ଆଖିପତା

ଘୁମେଇ ପଡେ ଆର୍ମ ଚେୟାର ଉପରେ,

ସ୍ୱପ୍ନରେ ହାତ ଠାରି ଡାକେ ପ୍ରେୟସୀ

ଯିଏ ଅଧାବାଟରେ ହାତ ଛାଡ଼ି ଦେଇଛି

କହେ କାନରେ ଆସି, ଚୁପି ଚୁପି

ଆଉ କୋଉ ଆଶାରେ ଅଛ

ଆସ ମୋ ସହିତ

ଏକାଠି ରହିବା ପୁଣି ଥରେ

ଏକାଠି କରିବା ପୁଞ୍ଜିଭୂତ କରିବା

ଶିମିଳି ତୁଳା ପରି

ମନର ଭାବନାକୁ

ଅନୁଚ୍ଚାରିତ କାମନା ମାନଙ୍କୁ

ପୁଣି ଥରେ ଘୁରି ବୁଲିବା

ଏ ଫୁଲରୁ ସେ ଫୁଲକୁ

ନ ଥିବ ରୋଗ, ଶୋକ

ନା କରୋନା ର ଭୟ ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational