କରୋନା
କରୋନା
ଘର ବାହୁଡ଼ା ଗର୍ବିତ ପ୍ରବାସୀ ଓ ଦାଦନ ଶ୍ରମିକ
କାହାର ପୁଷମାସ ତ ଆଉ କାହାର ସର୍ବନାଶ।
ବିପତ୍ତି ଦେଖେନି ସମ୍ପତ୍ତି ଅବା ପ୍ରତିପତ୍ତି
ମାନେ ନାହିଁ ସୀମାରେଖା ଓ ସଂସ୍କୃତି।
ନା ତା ପାଖେ ଅଛି ଲିଙ୍ଗ ବୟସ ବିଚାର
ନା କେହି ପାରିବ ବର୍ତ୍ତି କୋପରୁ ତାହାର।
ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ଵାର ପ୍ରଭେଦ ନାହିଁତ
ଶାସକ-ଶାସିତ ଶୋଷକ-ଶୋଷିତ ସଭିଏଁ ଆକ୍ରାନ୍ତ।
ସଙ୍ଗରୋଧ ପୃଥକବାସ ଏହାର ଏକଇ ନିରାକରଣ
ନିଜେ ନିଜର ସୁରକ୍ଷା କରିବା ଉପାୟଟା ଜାଣ।
ମଣିଲେ ଏହାକୁ ଯୁଦ୍ଧ ସମ ବିଷମ ପରିସ୍ଥିତି
ଅଳପ ଦିନରେ ନିଶ୍ଚୟ ଘୁଞ୍ଚିବ ଏ ଦୁସ୍ଥିତି।
ଦୟା ବହି ସର୍ବେ ରୁହ ସଜାଗ ସଚେତନ
ଅନ୍ୟଥା ଭୋଗିବା ନାନାଦି କଷଣ ଅକାରଣ ।