STORYMIRROR

Rama chandra Pradhan

Inspirational

3  

Rama chandra Pradhan

Inspirational

କରୋନା

କରୋନା

1 min
199


କରୋନା ଭୂତାଣୁ ଉହାନରୁ ଆସି

   ଆତଙ୍କ ଖେଳାଇ ଦେଲା 

ଚାରିଆଡେ ଏବେ ପ୍ରତିକାର ଚିନ୍ତା

   ସଭିଙ୍କୁ ଘାଇଲା କଲା... 

କରୋନାର ଭୟ ସର୍ବତ୍ର ଗ୍ରାସିଛି 

   ଭୟଭୀତ ସଭି ମନ  

ଯିବାନାହିଁ ଏବେ ଗହଳ ଆସରେ 

   ଏକଥା ରଖିବ ଧ୍ୟାନ... 

ସଞ୍ଜ ସକାଳରେ ବ୍ୟାୟାମ କରିଲେ 

   କରୋନା ହେବନି ଜମା 

ସତର୍କ ହୋଇକି ସଚେତନ ହେଲେ 

   ମାଡିବନି ରୋଗ ସୀମା ... 

ସାନିଟାଇଜରେ ହାତ ଧୋଇକରି 

  ଗରମ ଖାଦ୍ୟ ଖାଇବା 

ଥଣ୍ଡା ପାନୀୟଠୁ ଦୂରେଇ ରହିକି 

  ଗରମ ପାଣି ପିଇବା... 

ଛିଙ୍କ କାଶ ପାଖ ଜମାରୁ ନ ଯାଇ 

  ମୁହଁରେ ମାସ୍କ ପିନ୍ଧିବା 

କରୋନା ଲକ୍ଷଣ ଦେଖାଗଲେ ଭାଇ 

  ଡାକ୍ତରଙ୍କୁ ଦେଖାଇବା... 

କରୋନା ପାଇଁ କି କେତେ କଟକଣା 

   କରିଛନ୍ତି ସରକାର 

ନୀତି ନିୟମକୁ ମାନିବାରେ ଯଦି 

  କରୋନା ହୋଇବ ଦୂର...

ଟୀକା ନାହିଁ ବୋଲି ପ୍ରମାଦ ଲାଗୁଛି 

  ଏଣୁ ହେବା ସଚେତନ 

ପରିଷ୍କାର ରହି ଗଢିବା ଆସ ହେ 

  ନିଜର ସୁସ୍ଥ ଜୀବନ... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational