STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

କରୋନା ସେ ଏକ ଅଦୃଶ୍ୟ ଶକ୍ତି

କରୋନା ସେ ଏକ ଅଦୃଶ୍ୟ ଶକ୍ତି

2 mins
30


        

କରୋନା, ସେ ଏକ ଅଦୃଶ୍ୟ ଶକ୍ତି

କେ କହୁଛି ମଣିଷ କୃତ

ଆଉ କେ କହୁଛି ପ୍ରକୃତି

ଊହାନ ଅସ୍ତ୍ର

ଆଗ୍ନେୟଗିରି ର ଲେଲିହାନ ଶିଖା

ଆଉ ବିଶ୍ୱ ପାଇଁ ସାଜିଛି ଜ୍ୱାଳାମୁଖା. ।1।

ଅଦୃଶ୍ୟ ସେ, ନିରାକାର ସେ

ନା ହାଣି ପାରେ ଅସ୍ତ୍ର ନା ଅବା ଶସ୍ତ୍ର

ପବନ ତ ଉଡେଇ ପାରେ

ନିଆଁ କରିପାରେ ନଷ୍ଟ

କାଶ ଜର ରୁ ଆରମ୍ଭ

ଆଉ ଶ୍ୱାସ ରୁଦ୍ଧ ରେ ଶେଷ. ।2।


ବିଶ୍ୱ ଥରହର ଶୂନଶାନ

ସଭିଙ୍କ ମୁଖରେ ତୁଣ୍ଡି

ଆଉ ଘରେ ସବୁ ଆତ୍ମ ଗୋପନ

ଜୀବନ ମୃତ୍ୟୁ ର ଲୁଚକାଳି

ସବୁଠି ଖାଲି ସଂକ୍ରମଣ ଆଉ ସଂକ୍ରମଣ. ।3।

ରାସ୍ତା ଘାଟ ଆଜି ଜନ ଶୂନ୍ୟ

ନାହିଁ କୋଳାହଳ ଗୁରୁ ଗର୍ଜନ

ଯାନ୍ତ୍ରିକ ରାକ୍ଷସ ଆଜି ଶାନ୍ତ

ଜନ ସମୁଦ୍ର ସବୁ ଲୁକାୟିତ

କାରଖାନା ର ନାହିଁ ବିକଟାଳ ସ୍ୱର

ବିଛିହ୍ନ ଦାନଵ କରୁନି ଚିତ୍କାର. ।4।

ପ୍ରକୃତି ମା ଆଜି ତୃପ୍ତମୟ

ତା କୋଳ ର ପ୍ରାଣୀ ଆଜି ନିର୍ଭୟ

ଆଜି ଶୁଭୁଛି ପକ୍ଷୀ ର କାକଳୀ

            ଝରଣା ର କଲ୍ଲୋଳ

 ନୀଳ ଆକାଶ ଶୁଦ୍ଧ ମଳୟ ର ସଂଗୀତ

  ସତେ ସେ ଆଜି ଶୁଦ୍ଧ ଆଉ ଶାନ୍ତ ଆଉ ତୃପ୍ତ .।5।



ଅହଙ୍କାରୀ ବିଶ୍ୱ ଆଜି ନତମସ୍ତକ

ଆଜି ନିଷ୍ପ୍ରଭ ତାର ପରମାଣୁ ବୋମା

ନିଷ୍ପ୍ରଭ ତାର ଏସ 400 ମିସାଇଲ

ଆଉ ନିଷ୍ପ୍ରଭ ତାର ସୁସଜିତ ଭିଟୋ ପାୱାର

ଯାହା ସ୍ବପ୍ନ ଦେଖେଇଥିଲା କରିବାକୁ ବିଶ୍ୱକୁ ଛାରଖାର

।6।


ତାଚ୍ଛଲ୍ୟ କରୁଛି ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୁତାଣୁ

                    ବିଶ୍ୱ ବିଜୟୀ ବିଶ୍ୱକୁ

                    ତାର ସୁସ୍ଵଜିତ ଅସ୍ତ୍ରକୁ

                    ତାର ବଳିଷ୍ଠ ଅର୍ଥନୀତିକୁ

         କରୁଥିବା ପୈଶାଚିକତା ଅତ୍ୟାଚାରିକୁ ।7।

ଆଉ ବିନମ୍ର ଭାବେ ଦେଉଛି ଆହ୍ୱାନ

ସୁଧୁରି ଯିବାର ଏ ପ୍ରକୃତ ସମୟ

ରକ୍ଷା କରି ଚାଲ ପ୍ରକୃତି ମାକୁ

ହଟେଇ ଦିଅ ପୋତିମୟ ଦୁର୍ଗନ୍ଧକୁ

ଦୟା ଧର୍ମକୁ ହୃଦୟେ ରଖି

ଗଢି ଦିଅ ଏକ ସୁନ୍ଦର ବିଶ୍ୱକୁ

                 ସୁନ୍ଦର ବିଶ୍ୱକୁ ....... ।8।

               ଡା ସମୀର ରଞ୍ଜନ ବେହେରା.

                  ଛାତି ରୋଗ ବିଶେଷଜ୍ଞ.






  



Rate this content
Log in

Similar oriya poem from Abstract