STORYMIRROR

Kalandi pal

Inspirational

4  

Kalandi pal

Inspirational

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
490


କରୋନା........

ଶବ୍ଦଟି ଥରେ ବାଜିଗଲେ କାନରେ

ଭୟର ଶିହରଣ ଶିହରି ଉଠେ ମନରେ.

କରୋନାର ବିଭିଷିକା, ଆତଙ୍କ

ନାଚି ଉଠେ ପ୍ରତି ସ୍ତରେ ସ୍ତରେ.

ଓଃ...... କି ଦୁଃଖ ଦାୟକ...

କେତେ ଶିଶୁ, ନାରୀ, ବୃଦ୍ଧ ଅବା ବୃଦ୍ଧା

ଅନାଥ ଅନାଥିନି ଆଜି କରୋନା କବଳେ. ll


ନିର୍ଦ୍ଦୟ ହୃଦୟ ସାଜି ଆସିଛି

ବୁଝେ ନାହିଁ ଭଲ ଅବା ମନ୍ଦ.

ଥରାଇ ଦିଏ ବିଶ୍ୱ ହୃଦୟକୁ

ସ୍ତରେ ସ୍ତରେ ରଚି ତାର ମରଣର ଫାନ୍ଦ.

ହା ହା କାର ଭରି ଯାଏ....

କୋକୁଆ ଭୟରେ.

ବିଶ୍ୱ ଦରବାର ଆଜି

ତାର ପାଶେ ମଥାନତ କରେ. ll


ହଜିଯାଏ କର୍ମକ୍ଷେତ୍ର ହଜିଯାଏ ସନ୍ତାନ.

ହଜିଯାନ୍ତି ପିତାମାତା ଦେଇ ବଡ଼ କଷଣ.

ଏକାକିନୀ ସ୍ତ୍ରୀ କାନ୍ଦେ ବାହୁନି ବାହୁନି.

ସ୍ୱାମୀ ଖୋଜେ ରାହାଟିକେ

କେଉଁଠି ତ ପାଏନି.

ତୁଟି ଯାଏ ଭାତୃଭାବ ତୁଟି ଯାଏ ବନ୍ଧୁ.

ନିର୍ଜନ ଦ୍ଵିପେ ବନ୍ଦୀ ଅବା ଡେଇଁ ସାତସିନ୍ଧୁ.

ମଣିଷପଣିଆଁ ହଜିଯାଏ କେଉଁ ସାଗରେ.

କାହା ମୁଖ ଦେଖିବା ତ ସାତ ସପନରେ. ll


ଭୟର ବାତାବରଣ ଠେଲିଦିଏ ମରଣମୁହଁକୁ.

ଦମ୍ଭ, ସାହାସର ସମାହାର ସରି ନୁହେଁ ତାହାକୁ.

ରୋଜଗାରକ୍ଷମ ଆଜି ବନିଛି ଅକ୍ଷମ.

ସତେ ପଛେ ଗୋଡ଼ଉଛି ଜନ୍ତୁରାଣ ଯମ.

ଚାରିଆଡେ ଶୂନ ଶାନ ହା ହା କାର ଭରେ.

ବିଚଳିତ ହୁଏ ମନ ନିର୍ଜନ କୋଠରୀରେ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational