STORYMIRROR

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
355

ସୁଖେ ଦୁଃଖେ ଚାଲୁଥିଲା

ଜୀବନର ନଈ

କେତେ ବନ୍ଧୁର ପଥ ଦେଇ

କେବେ ଉଠାଣି ତ କେବେ ଗଡାଣି

ହଠାତ୍ କରୋନା କାହୁଁ ଆସିଲା କେଜାଣି?

ବନ୍ଦୀ ଗୃହେ ଅଟକ ସଙ୍ଗରୋଧ ତ୍ରସ୍ତ ଜୀବନ

ମୁଖେ ପୁଣି ମୁଖାର ବନ୍ଧନ

ପ୍ରତିକ୍ଷଣେ ଜୀବନ ମୃତ୍ୟୁର ଲୁଚକାଳି ଖେଳ


କରୋନା ଲାଗି ବିଚଳିତ ଜନ ଓ ଜୀବନ

ନିଃଶ୍ୱାସକୁ ନଥିଲା ବିଶ୍ୱାସ 

ଆତ୍ମୀୟସ୍ଵଜନ ବନ୍ଧୁ ପରିବାର

ପଡୋଶୀଙ୍କ ଦୁଃଖଦ ବିୟୋଗ 

ଅସ୍ପୃଶ୍ୟ ବି ପୁତ୍ର ପାଖେ ମାତା ପିତା

ଏ କି ବୈଚିତ୍ରତା ହାଏରେ ବିଧାତା!

ଆଶା ଆତଙ୍କ ଭୟର କଳା ବାଦଲରେ

 ଆସନ୍ନ ମୃତ୍ୟୁ ର ଲୁଚକାଳି ଖେଳ 

ଧୀରେ ଧୀରେ ଧୈର୍ଯ୍ୟଶୀଳ ହେଲା ମଣିଷ 

ବିପଦେ ରହୀଲା ଅଟଳ

ଈଶ୍ୱରଙ୍କୁ ସମର୍ପିଲା ଜୀବନ

ବଢାଇଲା ଆତ୍ମ ବିଶ୍ଵାସ 

ଭୟଛଡା ହେଲା ସଚେତନ

ରହିଲା ସତର୍କ

 ପାଳିଲା ସଚେତନତା ହିଁ ସୁରକ୍ଷା ବ୍ରତ

ଏବେ ମଣିଷ ବଞ୍ଚୁଛି କରୋନା ସହିତ

ବିଚଳିତ ନାହିଁ ଆଉ ଜନ ଜୀବନ

ତଥାପି କରୁଛି ନିବେଦନ

କରୋନା ତୁ ଯା ଦୂରେ

ମଣିଷ ବଞ୍ଚୁ ଟିକେ ଶାନ୍ତିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy