STORYMIRROR

sasmita tripathy

Tragedy Inspirational

4  

sasmita tripathy

Tragedy Inspirational

କରୋନା କବଳେ ଜୀବନ

କରୋନା କବଳେ ଜୀବନ

1 min
691


କରୋନା ଆସିଲା ବିଶ୍ୱ କୁ ଗ୍ରାସିଲା 

ରଚିଲା ମୃତ୍ୟୁ ର ଖେଳ 

ଅବର୍ଣ୍ଣନୀୟ ସେ ଭୁତାଣୁ ଆତଙ୍କ

ସମସ୍ୟା ଭାରି ଜଟିଳ


କରୋନା ଆତଙ୍କେ ଛଟପଟ ହେଲା

ସମଗ୍ର ମଣିଷ ଜାତି

ନିଜ କର୍ମଫଳ ଭୋଗି ବାକୁ ହୁଏ 

ଭୁଲି ଥିଲା ଗର୍ବେ ମାତି

 

ମୁକାବିଲା ପାଇଁ ସଜବାଜ ହେଲେ 

ଵୈଜ୍ଞାନିକ ଗବେଷକ

ଚାଇନା ଜନ୍ମିତ କରୋନା ଭୁତାଣୁ 

ବଡ ହେଲା ସଂକ୍ରାମକ 


ଥଣ୍ଡା କାଶ ଜ୍ୱର ମୁଣ୍ଡ ବିନ୍ଧା ଆଦି 

ଅଟେ ଏହାର ଲକ୍ଷଣ

ଉପଚାର ତାର ସାନିଟାଇଜର 

ସାମାଜିକ ଦୂରୀକରଣ


ମୁଖେ ତୁଣ୍ଡି ବାନ୍ଧି ହାତ ଧୋଉ ଥିଲେ 

କରୋନା ମାଡ଼େ ନା ପାଶ

ସଂଗରୋଧେ ରହି ଭଲ ଖାଦ୍ୟ ଖାଇ 

ବ୍ୟାୟାମ କଲେ ଅଶେଷ


ଜନ ସଂହାରକ ରୂପ ଦେଖି ତାର 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ମହାମାରୀ ରୂପେ କରିଲେ ଘୋଷଣା

କଲେ ପଥ ପ୍ରଦର୍ଶନ 


ବିଶ୍ଵ ଅର୍ଥ ନୀତି ହେଲା ପ୍ରଭାବିତ 

ଶିକ୍ଷା ହେଲା ଅଧୋଗତି 

କୃଷକ ଶ୍ରମିକ ଦାଦନ ଫେରନ୍ତା 

ହନ୍ତସନ୍ତ ଦିନ ରାତି 


ପତି କୁ ହରାଇ ପତ୍ନୀ କାନ୍ଦୁ ଥିଲେ 

ପୁତ୍ର କୁ ହରାଇ ପିତା

କେବେ ସେ କରୋନା ଜାଳି ଦେଇ ଥିଲା

ସାରା ପରିବାର ଚିତା 


ଡାକ୍ତର ପୋଲିସି ସ୍ବେଚ୍ଛାସେବୀ ଆଦି 

ବହୁ ଦାନ ଧର୍ମୀ ବ୍ୟକ୍ତି

କର୍ତ୍ତବ୍ୟ ପଥ ରେ ହେଲେ ଅଗ୍ରସର 

ରଖି ଗଲେ ଯଶ କୀର୍ତ୍ତି 


ତେଣୁ ବନ୍ଧୁଗଣ ହୁଅ ସଚେତନ

ପାଳି ସରକାରୀ ନୀତି

କରୋନା ହାରିବ ଆମେ ଯିବା ଜିତି 

ପ୍ରଗତି ରେ ହେବା ବ୍ରତୀ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy