STORYMIRROR

Nirupama Naik

Abstract

3  

Nirupama Naik

Abstract

କରୋନା ଏକୋଇଶିଆ

କରୋନା ଏକୋଇଶିଆ

1 min
272

ଓଡ଼ିଆ ଘରେ ଯେ ପାଳନ ହୁଅଇ ଏକୋଉସିଆ ନବଜାତର

ଧରା ପୃଷ୍ଠକୁ ଆସିଲା ପରେ ଯେ ଖୋଲେ ସୁରକ୍ଷାର ଦୁଆର

ପୂର୍ବଜ ଆମ କହିଯାଇଛନ୍ତି ବାରିବ ଏକୋଇଶି ଦିନ

ନବଜାତ ଶିଶୁ ଯତ୍ନରୁ ଯେପରି ନ ହଟୁ କାହାରି ଧ୍ୟାନ

ସେହି ଦିନ ଆଜି ଫେରିଅଛି ପୁଣି ନାଁ ତାର ଲକଡାଉନ

ଵାରଣ ହେଉଛି ଗାଁ ପଞ୍ଚାୟତେ ସିଟି ହେଉ ଅବା ଟାଉନ

ଯେଭଳି ନବଜାତର ଦେହକୁ ଯତନେ ରଖନ୍ତି ଜନେ

ସେହିପରି ଆସ ସଜାଗ ରହିବା ଦୃଢ଼ ନିଷ୍ପତି କରି ମନେ

କରୋନା ଭୂତାଣୁ ସଂକ୍ରମଣ ଠାରୁ ବଞ୍ଚିରହିବା ଉପାୟ

ସୁରକ୍ଷିତ ହୋଇ ଘରେ ରହିଲେ ସେ ଅବଶ୍ୟ

ହେବ ନିରୁପାୟ ସଚେତନ ହିଁ ସର୍ବ ପରେ ଏବେ

ଅବହେଳା କଲେ ନାଶ ନିଜ ସାଥେ

ପୁଣି ଅନ୍ୟର କ୍ଷତିର ମୁଣ୍ଡାଇବ ବ୍ରହ୍ମ ଦୋଷ ଆସ ସବୁ ଆଜି ଲଢ଼ିବା

ଏକାଠି ଏକା ଏକା

ଘରେ ରହି ଛାଡିଚାଲିଯିବ କୋରନା ଭୂତାଣୁ ସୁରକ୍ଷିତ ହେବ ମହି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract