କରୋନା ଏକୋଇଶିଆ
କରୋନା ଏକୋଇଶିଆ
ଓଡ଼ିଆ ଘରେ ଯେ ପାଳନ ହୁଅଇ ଏକୋଉସିଆ ନବଜାତର
ଧରା ପୃଷ୍ଠକୁ ଆସିଲା ପରେ ଯେ ଖୋଲେ ସୁରକ୍ଷାର ଦୁଆର
ପୂର୍ବଜ ଆମ କହିଯାଇଛନ୍ତି ବାରିବ ଏକୋଇଶି ଦିନ
ନବଜାତ ଶିଶୁ ଯତ୍ନରୁ ଯେପରି ନ ହଟୁ କାହାରି ଧ୍ୟାନ
ସେହି ଦିନ ଆଜି ଫେରିଅଛି ପୁଣି ନାଁ ତାର ଲକଡାଉନ
ଵାରଣ ହେଉଛି ଗାଁ ପଞ୍ଚାୟତେ ସିଟି ହେଉ ଅବା ଟାଉନ
ଯେଭଳି ନବଜାତର ଦେହକୁ ଯତନେ ରଖନ୍ତି ଜନେ
ସେହିପରି ଆସ ସଜାଗ ରହିବା ଦୃଢ଼ ନିଷ୍ପତି କରି ମନେ
କରୋନା ଭୂତାଣୁ ସଂକ୍ରମଣ ଠାରୁ ବଞ୍ଚିରହିବା ଉପାୟ
ସୁରକ୍ଷିତ ହୋଇ ଘରେ ରହିଲେ ସେ ଅବଶ୍ୟ
ହେବ ନିରୁପାୟ ସଚେତନ ହିଁ ସର୍ବ ପରେ ଏବେ
ଅବହେଳା କଲେ ନାଶ ନିଜ ସାଥେ
ପୁଣି ଅନ୍ୟର କ୍ଷତିର ମୁଣ୍ଡାଇବ ବ୍ରହ୍ମ ଦୋଷ ଆସ ସବୁ ଆଜି ଲଢ଼ିବା
ଏକାଠି ଏକା ଏକା
ଘରେ ରହି ଛାଡିଚାଲିଯିବ କୋରନା ଭୂତାଣୁ ସୁରକ୍ଷିତ ହେବ ମହି.....
