STORYMIRROR

Judhisthir Majhi

Tragedy

3  

Judhisthir Majhi

Tragedy

କରୋନା ଦିଏ ଯାତନା

କରୋନା ଦିଏ ଯାତନା

1 min
414

ଅସ୍ତ ବ୍ୟସ୍ତ କରିଛି

ମଣିଷ ଜୀବନ

କରୋନା ଯେବେ ଆସିଛି

ମାନବ ଭୁବନ

ପୋକ ମାଛି ପରି ଲୋକେ ମରିଛନ୍ତି

ଶବ ଛୁଇଁବାକୁ ସର୍ବେ ଡରିଛନ୍ତି

ଭଗବାନଙ୍କୁ ମାନୁଥିବା ଲୋକେ

  କହୁଛନ୍ତି ବିଶ୍ୱାସେ

ଏ ସବୁ ଲୀଲାମୟଙ୍କ ଲୀଳା

ବିଜ୍ଞାନଙ୍କୁ ମାନୁଥିବା ଲୋକେ

  କହୁଛନ୍ତି ବିଶ୍ୱାସେ

ଏ ଭାଇରସ୍ ଚୀନ ସୃଷ୍ଟି କଲା

ଦେଶ ବିଦେଶରେ

ବ୍ୟାପି ବ୍ୟାପି ଗଲା

ଭୟାନକ ଭାଇରସ

ସବୁ ମନେ କଲେ

ଧରଣୀ କମ୍ପିଲା

ସେ ଆଧୁନିକ ରାକ୍ଷସ

ଦିନକୁ ଦିନ ଆସେ ନବ ଗୁଜବ

ଶୁଣିଲେ ଲାଗେ ସତେ କେତେ ଅଜବ

   ମଦ ପିଇଲେ ଛୁଇଁ

  ପାରିବନି ଯେ କରୋନା

କିଛି ଦିନ ଗଲେ  ଲୁଣ ମିଳିବନି

  ଆଣନ୍ତି ଲୋକେ ସୂଚନା

କଣ୍ଢେଇ ବିକାଳୀ ହୋଇ

ଆସୁଛନ୍ତି ଗାଆଁ ଗାଆଁ ଭାଇ

ଭିକାରୀର ବେଶ ନେଇ

ଚାଲି ଯାଉଛନ୍ତି ସର୍ବେ

କରୋନାକୁ ଛାଡିଦେଇ

କୁଳ ନନ୍ଦନଙ୍କୁ ହୃଦ ଚନ୍ଦନକୁ

 ଛୁଇଁବାକୁ ଲାଗେ ଡର

କରୋନା ହୋଇବ ପ୍ରାଣ ଛାଡି ଯିବ

  ଛୁଇଁଲେ ଟିକେ ଶରୀର

ଧିରେ ଧିରେ ସର୍ବେ

ହେଲେ ସଚେତନ

ବଞ୍ଚାଇବାକୁ ନିଜ ନିଜ ପ୍ରାଣ

ମୁହଁରେ ମାସ୍କ ପିନ୍ଧିଲେ

ସାନିଟାଇଜରେ

ହାତ ଧୋଇଲେ

ହାତ ମିଳାଇବା ବଦଳେ

ନମସ୍କାର କଲେ

ଜୀବନ ବଞ୍ଚୁଥିଲେ ଡହଳ ବିକଳେ

କରୋନା ହୋଇବ ପ୍ରାଣ ଉଡିଯିବ

   କେତେବେଳେ

ଭେକ୍ସିନ୍ ବାହାରିଲା ପରେ

ଲୋକେ ଛିଡା ହେଲେ

ଧାଡି ଧାଡିରେ

କରୋନାରୁ ମୁକ୍ତି ଆଶାରେ

ସୁସ୍ଥ ସ୍ୱାସ୍ଥ୍ୟ ଆଶାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy