କରୋନା ବିପର୍ଯ୍ୟୟ ର ଦଶମ ଦିନ
କରୋନା ବିପର୍ଯ୍ୟୟ ର ଦଶମ ଦିନ
ଜାତୀୟ ବିପତ୍ତି ସଙ୍କଟେ ସମାଜ
କରୋନା ର ଅଭିଶାପେ
ପ୍ରାଣୀ ଜଗତର ଦୁଃଖରେ ଏ ମନ
ଦେଖ କେମିତି ବିଳପେ ।।
ଜଗତ ଦୁଖରେ ସମ ଦୁଃଖୀ ହୋଇ
ଲେଖଇ ଏହି କବିତା
ମୃତ୍ୟୁ ଉପତ୍ୟକା ଉପରେ ବସିଛି
ମନରେ ଅନେକ ଚିନ୍ତା ।।
ଜାତି,ଧର୍ମ,ବର୍ଣ୍ଣ, ଶ୍ରେଣୀ, ସମ୍ପ୍ରଦାୟ
କାହାକୁ ଛାଡିବନାହିଁ
ଦୁଃଖଦ ମୁହୁର୍ତ୍ତ ନିରାଶ୍ରୟ ହୋଇ
ବସିଛି ଶୂନ୍ୟକୁ ଚାହିଁ ।।
ଏକାନ୍ତ, ନିଃସଙ୍ଗ ଘରେ ବସି ବସି
ଦିନ ମୋଟେ କଟୁନାହିଁ
କରୋନା ଯନ୍ତ୍ରଣା ଜାଲରେ ସମାଜେ
ଦୁର୍ଦ୍ଦଶା ଘୋଟି ଆସଇ ।।
ଅସାଧାରଣ ଏ ସମସ୍ୟା ଏହାର
ଅନ୍ତ କହ କେବେହେବ
ଅସହ୍ୟ ହେଉଛି ବେଳ ବେଳୁବେଳ
ସାହା ଏକା ବାସୁଦେବ ।।
ବିଶ୍ଵଜୟୀ ଏହି ବ୍ୟାଧି କୁ ଦୂରେଇ
ଦେବାକୁ କରିବା ପଣ
ନ ଦେଖିବା ଆଉ ବନ୍ଧୁ, କୁଟୁମ୍ବ ଙ୍କ
ଦାରୁଣ ଦୁଃଖଦ ଦିନ ।।
ବଡ଼ ପରୀକ୍ଷା ର ବେଳ ଉପଗତ
ଦ୍ଵନ୍ଦ ଦୂରେଇ ମନୁ
ଚଳିଲେ ନିଶ୍ଚୟ ଉତିର୍ଣ୍ଣ ହୋଇବା
ଉଇଁବେ ନୂତନ ଭାନୁ ।।
ଦୀପ୍ତିବନ୍ତ ରବି କିରଣେ ପୃଥିବୀ
ଉଦ୍ଭାବିତ ହୋଇ ଉଠୁ
ରଖ ମହାବାହୁ ତୁମରି ସର୍ଜନା
ମନରୁ ୟେ ଭୟ ତୁଟୁ ।।
