STORYMIRROR

Sadananda Pratihari

Abstract

2  

Sadananda Pratihari

Abstract

କରୋନା ଭୂତାଣୁ

କରୋନା ଭୂତାଣୁ

1 min
269

ଜଳ ପ୍ରଦୂଷିତ ସ୍ଥଳ ପ୍ରଦୂଷିତ

ପ୍ରଦୂଷିତ ବାୟୁ ମଣ୍ଡଳ

ବାୟୁ ଯାନ ଚଢି ଆସୁଛି କରୋନା

ନାଶିବ ମାନବ କୁଳ

ଘାତକ ସାଜିଛି କରୋନା ଭୂତାଣୁ

ଚୀନ ତା ଉତ୍ପତ୍ତି ସ୍ଥଳ

ଅଖାଦ୍ୟ ପ୍ରାଣୀଙ୍କୁ ଖାଇ ଲୋକ ସେଠି

ମରିଲେଣି ମାଳ ମାଳ

ମୃତ୍ୟୁ ସଂଖ୍ୟା ଏବେ ଟପିଲା ସେ ଦେଶେ

ଦେଢ଼ ହଜାରରୁ ଅଧିକ

ଲକ୍ଷାଧିକ ଲୋକ ହେଲେଣି ଆକ୍ରାନ୍ତ

ସାରା ବିଶ୍ୱେ ଖେଳେ ଆତଙ୍କ

ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା କଲାଣି ଘୋଷଣା

କରୋନା କୁ ବିଶ୍ୱ ସଙ୍କଟ

ସବୁ ଦେଶ ବାସୀ ରହିବା ସଜାଗ

ନାହିଁ ଆଉ ଅନ୍ୟ ବାଟ

ପ୍ରକୃତି ରଖିଛି ଆମପାଇଁ ଖାଦ୍ୟ

ଉଦ୍ଭିଦ ଜଗତେ ଭରି

ନହୋଇ ମାଂସାସୀ ଖାଇବାକୁ ଖାଦ୍ୟ

ସର୍ବେହୋଇ ଶାକାହାରୀ

ମାନବ ତ ନୁହେଁ କେବେ ମାଂସାହାରୀ

ନାହିଁ ତା ମୁନିଆଁ ଦାନ୍ତ

ଜିହ୍ୱା ଲାଳସାର ହୋଇ ବଶବର୍ତ୍ତୀ

ଖାଏ ପ୍ରାଣୀ ମାଂସ ରକ୍ତ

ରସାୟନ ସାର କୀଟ ନାଶକାରୀ

ଫର୍ମାଲିନ ବ୍ୟବହାର

ରଂଗମିଶା ଖାଦ୍ୟ ପାନିପରିବାରେ

ଖାଉଛେ ଆମେ ଜହର

ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା କଲାଣି ସତର୍କ

ଅଖାଦ୍ୟ କର ବର୍ଜନ

ଜୈବିକ ପଦ୍ଧତି ପ୍ରୟୋଗରେ କର

ଖାଦ୍ୟ ଶସ୍ୟ ଉତ୍ପାଦନ

ଦୀର୍ଘ ଜୀବନ ହିଁ ଲଭେ ଶାକାହାରୀ

ମାଂସାହାରୀ ଆୟୁ କ୍ଷୀଣ

ଶାକାହାରୀ ବହେ ହୃଦେ ଦୟାଭାବ

ଶାନ୍ତି ପ୍ରୀତି ମୈତ୍ରୀ ଗୁଣ

ହିନ୍ଦୁ ଧର୍ମେ ବେଦ ଦିଏ ଉପଦେଶ

କର ଯୋଗ ଜପ ଧ୍ୟାନ

ହୋଇ ଶାକାହାରୀ ନଭକ୍ଷ ଆମିଷ

ବଞ୍ଚିବାକୁ ବେଶୀ ଦିନ

ପ୍ରକୃତି କୋଳରେ ମିଳେ ଚିର ଶାନ୍ତି

ତାଲାଗି ବଞ୍ଚେ ମଣିଷ

ନମାନି ଖେଳିଲେ ପ୍ରକୃତି ସାଥୀରେ

ନିଜେ ହୋଇଯିବ ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract