STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

କରୋନା ଆତଙ୍କେ ଅପ୍ରେଲ ପହିଲା ୨୦୨୦

କରୋନା ଆତଙ୍କେ ଅପ୍ରେଲ ପହିଲା ୨୦୨୦

1 min
242

ପଞ୍ଛାଅଶିତମ ପ୍ରତିଷ୍ଠା ଦିବସେ ଓଡିଶା

ଖାଲିଖାଲି ଲାଗେ କରୋନା ଉଡାଏ ଭରସା ।

ଏତ ବାସନ୍ତିକ ଦୁର୍ଗା ପୂଜା ମହାଷ୍ଟମୀ

ଲିଙ୍ଗରାଜଙ୍କର ପବିତ୍ର ଅଶୋକାଷ୍ଟମୀ ।


ଏତେ ବଡ ପବିତ୍ର ଦିବସ

କାହା ମନରେ ନାହିଁ ହରଷ ।

ପ୍ରଣମେ ଉତ୍କଳ ଜନନୀ

ଜନନୀ ଜନନୀ ଜନନୀ। 


ସାରା ଭାରତର ଲୋକେ ବନ୍ଦୀ ନିଜ ଘରେ

କରୋନା କରୋନା ଜପାମାଳି ଧରି କରେ ।

ନା ହେଲା ରଥଟଣା ନା ହେଲା ସାଜସଜା 

ନା ସଭା ସମିତି ହେଲା ନାହିଁ ବାଣବାଜା ।

କେଡେ ସୁନ୍ଦର ରାଇଜ ମୋର

କେତେ ଯେ ମିଠା ଭାଷା ତାହାର। 

ପ୍ରଣମେ ଉତ୍କଳ ଜନନୀ

ଜନନୀ ଜନନୀ ଜନନୀ। 


ମହୋଦଧି କୁଳେ ନୀଳାଚଳେ ଶ୍ରୀମନ୍ଦିର 

ଚାରିଦ୍ୱାର ପୁଣି ବାଇଶି ପାହାଚ ତା'ର ।

ଷାଠିଏ ପଉଟି ରନ୍ଧା ଛପନ ଭୋଗର

ହାତ ଗୋଡ ତା'ର ନାହିଁ ଜଗତ ଠାକୁର ।

ଭାଇ ଭଉଣୀ ସାଂଗରେ ବସି

ଡାକେ ସମସ୍ତଙ୍କୁ ହସି ହସି। 

ପ୍ରଣମେ ଉତ୍କଳ ଜନନୀ

ଜନନୀ ଜନନୀ ଜନନୀ। 


ରାଜା ଚୋଳଗଙ୍ଗ ଅନଙ୍ଗଭୀମ ଯଯାତି 

ଐର ଖାରବେଳ ପୁରୁଷୋତ୍ତମ ନୃପତି। 

ଭଞ୍ଜ ଅଭିମନ୍ୟୁ କବିଘଣ୍ଟ ଯଦୁମଣି

ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ ଭଣି । 

ଚାଖି ଖୁଣ୍ଟିଆ ବିପ୍ଳବୀ ବୀର

ବକ୍ସି ଜଗବନ୍ଧୁ ଦେଲେ ଶିର। 

ପ୍ରଣମେ ଉତ୍କଳ ଜନନୀ

ଜନନୀ ଜନନୀ ଜନନୀ। 


ସ୍ୱାଧୀନତା ନିଜ ଦେବନାହିଁ ପଣ କଲା

ଦୟା ନଦୀ ଜଳ ଶୋଣିତରେ ଭରିଦେଲା ।

ଏଇ ମାଟି କଲା ଚଣ୍ଡାଶୋକେ ଧର୍ମାଶୋକ

ଲଳିତଗିରିରେ ବଉଦ୍ଧ ବିହାର ଟେକ ।

ଭାରତର ଶେଷ ପରାଧୀନ ରାଜ୍ୟ ଆମ

ଭାଷାଭିତ୍ତି ସାରା ଦେଶରେ ରାଜ୍ୟ ପ୍ରଥମ ।

ବନ୍ୟା ବାତ୍ୟା ଯେତେ ପ୍ରାକୃତିକ

ବିପର୍ଯ୍ୟୟ କରେ ନାହିଁ ଭୀତ। 

ପ୍ରଣମେ ଉତ୍କଳ ଜନନୀ

ଜନନୀ ଜନନୀ ଜନନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract