STORYMIRROR

Yudhisthir Khamari

Classics

4  

Yudhisthir Khamari

Classics

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
359

ଜଙ୍ଗଲ ପୋଡ଼ିଲେ ସିନା ଦୁନିଆ ଜାଣେ

ହେଲେ କିଏ ବା ଜାଣିବ ସେଇ ଅନଳକୁ

ଯିଏ ଛାରଖାର କରେ

କୋମଳ ହୃଦୟ କେନ୍ଦରକୁ

ସେ ଜାତ ହେଉ କ୍ରୋଧ ରୁ ଅବା

ହୃଦୟ ବିଦାରଣରୁ

ଓଟ ଖାଦ୍ୟ ଲୋଭରେ ଖାଏ

କଣ୍ଟା ଗଛ ସିନା

ଉପଭୋଗ କରେ ପାଟିରେ ସ୍ବାଦ

ହେଲେ ଜାଣେନି ସେ

ତା ପାଟିରୁ ଝରୁଥିବା ରକ୍ତ ହିଁ ତା ସ୍ବାଦ

ସାମାନ୍ୟ ଆକାଂକ୍ଷାରୁ ନିବୃତ୍ତିରେ

ମଣିଷ ରାଗି ଯାଏ ସିନା

ଅପରକୁ ସାଧିବାର ପ୍ରୟାସ କରେ ସିନା

ହେଲେ ଅଜାଣତେ ନଷ୍ଟ ହୁଏ

ସଂଚିତ ଶକ୍ତି ସମୁହ

ହରାଇ ବସେ ବୁଦ୍ଧି ବିବେକ

କେବେ କେବେ ଜାନୁଆର ପାଲଟେ

ସବାର କରେ ସଇତାନ ତା ମନ ଭିତରେ

ଇନ୍ଧନ ଯୋଗାଉ ଥାଏ ସେଇ କ୍ରୋଧ ର ନିଆଁ

ମାଡିଚାଲେ ଆଗକୁ ଆଗକୁ

ପରିଶେଷେ ନିଜେ ଜଳି ଜଳି

ପାଉଁଷ କରି ସାରିଥାଏ ବିବେକର

ଜାଳି ଦିଏ ସମସ୍ତ ତପସ୍ୟା ର ଫଳ

କ୍ରୋଧାଗ୍ନି ଯେ ଜାଳେ ପ୍ରଥମେ ନିଜକୁ

ପରେ ଯାହା ହୁଏ ପ୍ରଭାବିତ

ତହିଁ ପାଇଁ ତ ତପସ୍ୱୀ ରହେ ମୈ।ନବ୍ରତ

ଅଭିଶପ୍ତେ ଫଳିଯାଏ ବାକ୍ୟ

ଏକ ଅଭିଷାପେ ବିନଷ୍ଟ ହୁଏ

ତପ ଶକ୍ତି ସର୍ବ

ତହିଁ ପାଇଁ କ୍ରୋଧାଗ୍ନି କାହାକୁ ଜାଳୁ ନ ଜାଳୁ

ନିଜକୁ ଜାଳିବାଟା ସାର

ଏଣୁ ଶତ୍ରୁ ବିବେଚିତ

ମଣିଷ ର କ୍ରୋଧ ରୁପକ ନିଆଁକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics