କ୍ରୋଧର ନିଆଁ
କ୍ରୋଧର ନିଆଁ
କ୍ରୋଧକୁ ଉପ୍ରୋଧ କରେନି ବିବୁଧ
କ୍ରୋଧ ଅଣ୍ଟି ନିଆଁ ସମ
ଜାବୁଡି ଧରିଲେ କିଛି କ୍ଷଣ ପରେ
ଗ୍ରାସି ଥାଏ ହୋଇ ଯମ ।
ରାଗ ହିଂସା କୁଟ ନରକର କୀଟ
ପ୍ରଭାବରେ ସୃଷ୍ଟି କ୍ରୋଧ
କ୍ରୋଧର ଉତ୍ପନ୍ନେ ଅଣାୟତ ଜନେ
ଶେଷ ଫଳ ପ୍ରତିଶୋଧ ।
ଜର୍ଜରିତ ମନେ ଦାଉ ସାଧେ ଅନ୍ୟେ
ନିଜେ ହୁଏ ବିଚଳିତ
ବୁଝିପାରେନି ସେ ହାରିଯାଏ ଶେଷେ
ଅକର୍ମରେ ଡେଇ ଚିତ୍ତ ।
ଜୀବନର କ୍ରୋଧ ସମ ବିଷ ବୃକ୍ଷ
ନାଶେ ଜଗତ ମଙ୍ଗଳ
ଖୋଲି କହିଦେଲେ ଅବ୍ୟକ୍ତ କ୍ରୋଧକୁ
ବୁଝାମଣା ସୁଵିଚାର ।
କ୍ରୋଧର ନିଆଁଟି ଲାଗିଲେ ମନେଟି
ପେଟ୍ରୋଲେ ନିଆଁ ସଂଯୋଗ
କ୍ଷଣିକ ସମୟେ ସବୁ ଧ୍ବଂସ ହୁଏ
ବୁଝେନି ସେ ପଛ ଆଗ ।
ସେଇ କ୍ରୋଧ ବଶେ ନିଜେ ହାରି ବସେ
ନିଜ ଅମୁଲ୍ୟ ଜୀବନ
ରହିଥାନ୍ତି ଚାହିଁ କଳା କୋଟ ଦେହି
ଲୁଟିବାକୁ ତାର ଧନ ।
ଜୀବନକୁ ହାରେ ଧନ ଜନ ହାରେ
ହୋଇ କ୍ରୋଧର ଅଧୀନ
ଅହଂ ପଣିଆକୁ ସାକାର ଦେବାକୁ
ବଳିପଡ଼େ ନିଜ ପ୍ରାଣ ।
ଶାନ୍ତି ବଦଳରେ ଆଶାନ୍ତି ବୀଜର
ଅଙ୍କୁରୋଦଗମ ହୁଏ
ଜୀବନଟା ସାରା କହମହ ଭରା
କେଉଁ ଲାଭ ଅବା ପାଏ ।
ଆର୍ଯ୍ୟ ସଂସ୍କୃତିରେ ଉପାସନା ଯୋଗେ
କ୍ରୋଧ ହୁଏ ଉପଶମ
ସାଧିଲେ ତାହାକୁ ମିଳେ ଜୀବନକୁ
ଦିବ୍ୟ ଶକ୍ତି ଦିବ୍ୟ ଜ୍ଞାନ ।
କ୍ରୋଧ ହିଂସା ରାଗ ମହୌଷଧି ଆଗ
ଉପାସନା ପ୍ରାଣାୟାମ
ନୀତି ଅଭ୍ୟାସିଲେ ଯମପୁର ଥରେ
ରୋଗ ଭାଗ୍ୟ ହୁଏ ବାମ ।