STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
381

ନିଆଁ ସିନା ଜାଳିଦିଏ ପତରରୁ ପଥର ପର୍ଯ୍ୟନ୍ତ

କିନ୍ତୁ ବୁଝେନା ସେ ନିଜେ ହିଁ ଜଳେ,

ଜଳିଗଲା ପରେ ବାକି ଥାଏ ବଳକା ପାଉଁଶ

କିନ୍ତୁ ନିଆଁ ଲିଭିଲା ପରେ ନ ମିଳେ। 


ନିଜ ମାଂସ ନିଜେ ପୋଡ଼ି ଖାଏ ଅପରକୁ ନୁହେଁ

ବାକି ଯେତେ ଧୂଆଁ ହୋଇ ଉଡ଼େ,

ନିଆଁ କେବେ ଜଳେନାହିଁ ନିଜେ ନିଜର ଇଛାରେ

ହାୱା ଦେବା ଲୋକେ କିଛି ପଡ଼ନ୍ତି ହାବୁଡ଼େ। 


ଜଳିବାକୁ ନ ଚାହିଁଲେ ଜାଳି କେ ପାରେନା କେବେ

ଜଳିବା କି ନ ଜଳିବା ନିଜ ଇଛା ସିନା,

ନିଆଁ ଥରେ ଲାଗିଗଲା ପରେ ଆଉ କି ସମ୍ଭବ ହୁଏ

ପାଉଁଶରୁ ମୂଳ ପୁଣି ଫେରନ୍ତା ଆସେନା।


ନିଜେ ଜଳି ଜାଳିଦିଏ ଘର ଦ୍ୱାର ସଂସାର ଜୀବିକା

କାରଣ ଖୋଜିବା ଏକ ବୃଥା ଆଚରଣ,

କାରଣ ଖୋଜିବା ପରେ ବାକି ଥାଏ ଯାହା ତାହା

କିଛି ଧୂଆଁ ଓ କିଛି କଳା ଆସ୍ତରଣ।


କ୍ରୋଧ ଏକ ଏମିତିକା ନିଆଁ ଲାଗେ ଯେବେ ହୃଦୟରେ

ଜାଳେ ତାର ବୁଦ୍ଧି ଓ ବିବେକ ପ୍ରଥମେ,

ତାପରେ ଜାଳେ ତାର ଚରିତ୍ରର ଜରି ଦିଆ ପାଟ

ମଣିଷ ପାଲଟେ ପଶୁ କ୍ରୋଧର ଆଗମେ। 


ଜଳିଯାଏ ହସ ଖେଳ ହରା ଭରା ସୁନାର ସଂସାର 

ସମ୍ପର୍କର ଡୋରୀ ଯାଏ ଛିଡ଼ି,

ଲୁହ ଧାରେ ଅଗଣାରେ ବହିଯାଏ ଶୋଣିତର ନଦୀ

ସେ ନିଆଁରେ ପରିବାର ଓ ସମାଜ ଯାଏ ପୋଡ଼ି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract