STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କ୍ରୋଧ

କ୍ରୋଧ

1 min
42

ଶରୀରର ଅଷ୍ଟାଙ୍ଗ ଶୀର

ହୋଇ ଯାଏ ଲୋଚାକଚା

ଥରି ଉଠେ ଛାତି

ଭ୍ରମିତ ହୋଇ ଉଠେ ମତି

ମସ୍ତିଷ୍କରେ ବଢି ଯାଏ ତାତି

ଯିବାକୁ ଇଛା ହୂଏ ନାହିଁ

କାହାର କତି

ଆଖି ଡୋଳା ଯାଏ ଥରି

ମୁଖ ମଣ୍ତଳରୁ ଛୁଟିଆସେ

ଅସଡା ବାକ୍ୟର ଲହରି

ରକ୍ତର ଉଷ୍ମତା ଯାଏ ବଢ଼ି

ଚାହିଁଲେ ବ ଅଟକାଇ ହୂଏ ନାହିଁ

ବଢ଼ି ଯାଏ ରକ୍ତ ଚାପ

ମଥା ଯାଏ ଘୂରି

କରି ହୋଇ ଯାଏ ଭୀଷଣ ରଡି

କରି ହୁଏନି ଅକ୍ତିଆର

ସବୁ କିଛି ନିମିଷେକେ

ଯାଏ ଜଳି

ବଢି ଯାଏ କଳି

ନକରି କ୍ରୋଧ

ଭଲ ଲାଗେ ନିଜକୁ 

ଦେଲେ ସଜାଡି

ଶାନ୍ତିର ବାଟ

ଯାଏ ଖୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational