STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କରନ୍ତୁ କରୁଣା ବାଲ୍ୟରୂପେ ରାମ

କରନ୍ତୁ କରୁଣା ବାଲ୍ୟରୂପେ ରାମ

1 min
16


କରନ୍ତୁ  କରୁଣା ବ୍ରହ୍ମାଣ୍ଡ ଈଶ୍ୱର 

ହେଉ ଜନ୍ମଦିନ ଶୁଭ

ରଖନ୍ତୁ ଭଲରେ ପୁତ୍ରକୁ ତୋହରି

କୀର୍ତ୍ତିର ମିଳୁ ସୌରଭ।

ଦୃଢ଼ ଶକ୍ତି ଯେ ପ୍ରଦାନ

ଇଷ୍ଟଦେବୀ ଆମ ଶକ୍ତିରୂପା ଦୁର୍ଗା

ଆଣିବେ ଆନନ୍ଦ ଦିନ !!


ବାବୁ ଆଶୀର୍ବାଦ ସର୍ବଦା ତୋହରେ

ସୁଖରେ କଟୁ ତୋ ଦିନ,

ସବୁ ଗୁଣେ ପୂର୍ଣ୍ଣ ତୋର ପୁତ୍ର ମଣି

ଆଣିବ କୀର୍ତ୍ତି ସମ୍ମାନ।

ଆଜି ତୋର ଜନ୍ମ ଦିନ

ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନାଟି

କରୁଛି ଜଗା ପୂଜନ !!


ବାଲ୍ୟରୂପ ରାମ କରିବେ ସୁଗମ

ଝିଅ ତୋର ଚଲା ପଥ,

ନ ହେବ ନିଅଁଟ ନ ରହିବ କଷ୍ଟ

ଥିବେ ରହି ସାଥ ସାଥ।

ମର୍ଯ୍ୟାଦା ପୁରୁଷ ରାମ

ପୂର୍ଣ୍ଣ କରି ଦେବେ ତୋର ଆବଶ୍ୟକ

ଭଜେ ନିତ୍ୟେ ରାମ ରାମ !!



Rate this content
Log in

Similar oriya poem from Abstract