STORYMIRROR

Kulamani Sarangi

Romance

2  

Kulamani Sarangi

Romance

କରନା ବଡାଇ

କରନା ବଡାଇ

1 min
3.0K

ଉଚ୍ଚ ପଦ ପାଇ କରନା ବଡେଇ

ଗୁରୁ କରିଛନ୍ତି ମନା

"ହାମ୍ ବଡା ହାମ୍ ବଡା" ନହୋଇ ବନ୍ଧୁ ହେ 

ହୁଅ ବାରେ ଉଚ୍ଚମନା


ମଲାବେଳେ ଭାଇ ସଙ୍ଗେ ନେବ ନାହିଁ 

ଉଚ୍ଚପଦ ଧନ ମାନ

ଫଳଭାରେ ବୃକ୍ଷ ସମ ହେଲେ ନମ୍ର 

ପାଇବ ସଦା ସମ୍ମାନ


ବିଶ୍ବ କରି ଜୟ ଗଲାବେଳେ କହ 

ନେଲେ କିବା ସିକନ୍ଦର

ତା ଠାରୁ କି ବଡ ତୁମ୍ଭ ମୁଣ୍ଡେ ଥୁଆ 

ଆଜି ଯେଉଁ ପଦଭାର


ଗର୍ବେ ଫାଟିପଡି ଭୁଲି ଯାଉଅଛ 

ସାଙ୍ଗ ସାଥି ବନ୍ଧୁ ଭାଇ

ଆଜି ମଲେ କାଲି ଦି ଦିନ ତ ହେବ 

କେହି ପଚାରିବେ ନାହିଁ


ଧନ ରତ୍ନ ଭାଇ କେହି ମାଗୁନାହିଁ 

ବଚନେ କିଂ ଦରିଦ୍ରତା

ଦେଉ ଥିବ ଯେତେ ପାଉଥିବୁ ସେତେ 

ପ୍ରେମର ଏ ମହାନତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance