STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

କର୍ମରେ ଜୀବନ

କର୍ମରେ ଜୀବନ

1 min
13.8K


ଯେତେ କାମ କଲେ ନିଷ୍କର୍ମା ନୀରସ

ଆରୋପିତ କରେ ଜୀବନ ବିରସ

ଆସିବ କି ସତେ ଅଫୁରନ୍ତ ହସ

ଫୁଟନ୍ତା ଫୁଲ ପରି ମିଠା ସୁବାସ।

କରମ ଯାହାର ଅନିଚ୍ଛା ଚାପରେ

ସ୍ଵକର୍ମ ଆନନ୍ଦ ଯାଉଛି ହଜିରେ

କରମେ ଉତ୍ସାହ ଆଗ୍ରହ ଆଧାରେ

ଯାଉ ଥାଏ ଦିନ ହସରେ ହସରେ।

କରମ ଅକର୍ମ ବିକର୍ମ ବିଶେଷ

କର୍ତ୍ତବ୍ୟ କର୍ମରେ ସବୁ ହୁଏ ଶେଷ

ଅତୃପ୍ତି ସାଗରେ କରମ କଳୁଷ

ପତ୍ନୀ ପୁତ୍ର କନ୍ୟା କେହି ନୁହେଁ ଆଶ।

ଅସଫଳ ଯଦି କର୍ମର ଗତିରେ

ବନ୍ଧୁ ପରିବାର ମମତା ମନ୍ଥରେ

ଅସହ୍ୟ ହୁଏ ସେ ଜୀବନ ନାବରେ

କର୍ମ ପଥ ଯଦି ଦୁର୍ବାର ଶଙ୍କାରେ।

ଅଲୋଡା ଜୀବନ ଅଟେ ଅସାରଣ

ସମସ୍ତଙ୍କୁ ଲୋଡା ସଫଳ ସର୍ପଣ

କିଏ ଖୋଜେ ସାଥି ହେବାକୁ କରୁଣ

ହସ ଯେଣୁ ସୁଖ ପୁରାଏ ପରାଣ।

ହେବି ବୋଲି ଦିନେ ସୁଭଗ ସୁଦକ୍ଷ

ହେଉଛି ବିଦୀର୍ଣ୍ଣ ମୋର ତନୁ ବକ୍ଷ

ଆଶ୍ରା ଦିଅ ମୋତେ ହେବାକୁ ଆରକ୍ଷ

ମୁଖେ ହସ ରଖି ରଖିଥିବି ଲକ୍ଷ।

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational