Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

କର୍ମବୀର ଠାରୁ ଶିଖିବା ଚାଲ

କର୍ମବୀର ଠାରୁ ଶିଖିବା ଚାଲ

1 min
5



କର୍ମବୀର ଠାରୁ ଶିଖିବା ଚାଲ ତ

କର୍ମର ମହତ୍ତ୍ଵମାନ

କର୍ତ୍ତବ୍ୟକୁ ସଦା ନିଷ୍ଠାରେ କରିବା

ଦେଇ ସଦା ମନ ଧ୍ୟାନ ।


କର୍ମଟି ଅଟଇ ଜୀବନର ମାର୍ଗ

କର୍ମ କରେ ଯେ ମହାନ

କର୍ମ ପାଇଁ ସିନା ଯଶ ଖ୍ୟାତି ବଢେ

ବଢେ ମାନ ସନମାନ ।


ଛୋଟ ଜୀବଟିଏ ମହୁମାଛି ହେଇ

ଜାଣେନି ରାତି କି ଦିନ

ପରିଶ୍ରମ କରି ସଂଗ୍ରହ କରିଣ

ମହୁ ରଖଇ ଯତନ ।


ବାଇ ଚଢେଇଟି ବରଷା ଆଗରୁ

ବସାଟି କରେ ନିର୍ମାଣ

ବରଷା ହୋଇଲେ କୃଷକ ଭାଇଟି

କ୍ଷେତକୁ କରେ କର୍ଷଣ ।


କର୍ମବୀର ଆମ ଜାଗ୍ରତ ପ୍ରହରୀ

ଆମର ଦେଶ ଯବାନ

ଦିନ ରାତି ସଦା ଶତ୍ରୁ ସଙ୍ଗେ ଲଢି

ବାଜି ଦିଏ ତା ଜୀବନ ।


ଦେଶ ମାତୃକାର ମଥା ଟେକ ରଖେ

ରଖେ ଦେଶର ସମ୍ମାନ 

ନିଜ ଜୀବନକୁ ପାଣି ଛଡେଇଣ

ରଖେ ଆମରି ଜୀବନ ।


ଦିନ ରାତି ପରିଶ୍ରମ କରେ ଚାଷୀ

କରୁଛେ ଆମେ ଭୋଜନ

ଖରା ବର୍ଷା ଶୀତ ଖାତିର କରେନି

ବଢାଏ ଦେଶର ଧନ ।


ଛୋଟ ଜୀଟଟିଏ ପିମ୍ପୂଡି ହେଲେ ବି

କର୍ମବୀରରେ ଗଣନ

ପରିଶ୍ରମ କରେ ଅବିରତ ସିଏ

ନିଦ୍ରାକୁ କରି ବର୍ଜନ ।


ଝଡି ବରଷାର ଆଗରୁ ଆହାର

ରଖଇ କରି ଯତନ

କର୍ମବୀର ଅଟେ ସର୍ବଦା ନମସ୍ୟ

ତାଙ୍କୁ କୋଟି ସନମାନ ।।



Rate this content
Log in

Similar oriya poem from Abstract