STORYMIRROR

Lata Behera

Abstract

4  

Lata Behera

Abstract

ମଧୁ ବର୍ଣ୍ଣବୋଧ କବିତା ମାଳା

ମଧୁ ବର୍ଣ୍ଣବୋଧ କବିତା ମାଳା

1 min
17


ଚକ୍ ଚକ୍ ବିଜୁଳି ମାରେ

  ବହେ ଶୀତଳ ବାଆ

ଧୋବ ଫରଫର ବଗ ବଗୁଲୀ

  ଆକାଶେ ଉଡି ଯାଆ ।

କଳା ବଉଦ ବକ୍ଷ ଦେଶରେ

ସୁନ୍ଦର ଦିଶୁ ଅଛ ଅତିରେ

ନୂଆ ପିନ୍ଧିବା କଉଡି ମୁଠେ

     ନଖରେ ଦେଇ ଥାଆ ।


ଭସା ବାଦଲ ସାଥିରେ କେଡେ

   ସୁନ୍ଦର ଉଡି ଯାଅ

ବିଜୁଳି ମଧ୍ୟେ ନିଜ ଠିକଣା

  ଟିକିଏ ଲେଖି ଦିଅ ।

ଗୋଡ ଲମ୍ବାଇ ଡେଣାକୁ ଝାଡି

ଚକର ମାରି ଯାଉଛ ଉଡି

ମନକୁ ଆମ ନେଉଛ ମୋହି

   ପାଖକୁ ଆସି ଯାଆ ।


ଶୀତଳ ବାଆ ବହୁଛି ଧିରେ

  ଲାଗୁଛି କେତେ ଭଲ

ଜହ୍ନ ମାମୁଁଙ୍କ ଘରକୁ ଯିବା

  ହୋଇବା ସେଠି ଗେଲ ।

ଏକାଠି ବସି ହୋଇବା ଖୁସି

କରିବା ମଜା ଯିବାନି ରୁଷି

ଆମର ଏଇ ବନ୍ଧୁତା ଭାବ

  ହୃଦୟେ ରଖି ଥାଆ ।


କଳା ଅନ୍ଧାର କୋହଲା ପାଗ

  ଦିଶଇ କେତେ ତୋରା

ଭସା ବାଦଲ ସାଥେ ଉଡୁଛ

  ଦେଖୁଛୁ ରହି ଧରା ।

ଆକାଶେ ଯାଅ ଦଳ ଦଳ

ଖୁସି ଲାଗୁଛି ଏକତା ବଳ 

ଏମିତି ସ୍ନେହ ବନ୍ଧନେ ଡୋରେ

   ଆମକୁ ବାନ୍ଧି ଯାଆ ।


କଳା ବାଦଲେ ଧଳା ରଙ୍ଗ ତୋ 

   ବିଜୁଳି ଚକ୍ ଚକ୍

ସାରୁ ବୁଦାରେ ବେଙ୍ଗ ବେଙ୍ଗୁଲୀ

   ଡିଅଁନ୍ତି ଫକ୍ ଫକ୍ ।

ଡାକନ୍ତି ଆ ବରଷା ରାଣୀ

ଦେ ଆମକୁ ଟୋପାଏ ପାଣି

ସବୁଜମୟ ହୋଇବ ମହୀ

     ପାଇ ପରଶ ଛୁଆଁ ।


ଚକ୍ ଚକ୍ ବିଜୁଳି ମାରେ

   ବହେ ଶୀତଳ ବାଆ

ଧୋବ ଫରଫର ବଗ ବଗୁଲୀ 

   ଆକାଶେ ଉଡି ଯାଏ ।

ବାଦଲ କାନେ କହିଦେ ଥରେ

ରହିଛୁ ତୁହି ବର୍ଣ୍ଣବୋଧରେ

ପଢିଛି ଯିଏ ଜାଣିଛି ସିଏ

    ତୋ ଭାବ ଦିଆ ନିଆ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract