Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ହଳଦୀ ପତ୍ର

ହଳଦୀ ପତ୍ର

1 min
4



ମାର୍ଗଶିର ମାସ କୃଷ୍ଣ ଅଷ୍ଟମୀରେ

ପ୍ରଥମାଷ୍ଟମୀଟି ହୁଏ

ପ୍ରଥା ଅନୁସାରେ ଏ ଅଷ୍ଟମୀ ଭାର

ମାମୁଁ ଘରୁ ଆସିଥାଏ ।


କେତେ ସରାଗରେ ଯତନ କରିଣ 

ଆଈ ପଠେଇଣ ଦିଏ

ସେଇ ଭାର ଧରି ଖୁସି ମନେ ମାମୁଁ 

ଭଉଣୀ ଘରକୁ ଯାଏ ।


ବଡ ଯିଏ ହୋଇଥାଏ ତାହା ପାଇଁ 

ନୂଆ ବସ୍ତ୍ର ଆଣି ଥାଏ

ଟୋପି ଚନ୍ଦନରେ ପଢୁଆଁ ଯିଏଟି

ସଜେଇ ହେଇଣ ଥାଏ ।


ଏଇ ଅଷ୍ଟମୀରେ ହଳଦୀ ପତର

ଆଦରଟି ବଢି ଥାଏ

ହଳଦୀ ପତର କିଣି ନେଇ ସିଏ

ଏଣ୍ଡୁରି ବନେଇ ଦିଏ ।


ହଳଦୀ ପତର ଏଣ୍ଡୁରି ପିଠାଟି

ମହ ମହ ବାସୁ ଥାଏ

କେଡେ ସ୍ବାଦ ଏଇ ଏଣ୍ଡୁରି ପିଠାଟି

ଖାଏ ଯିଏ ଜାଣେ ସିଏ ।


ହଳଦୀ ପତର ଚାହିଦାଟି ଥାଏ

ଏଣ୍ଡୁରି ସେଥିରେ ହୁଏ

ଓଡିଆ ସଂସ୍କୃତି ଚଳଣୀର ପ୍ରଥା

ଏଇ ପରା ହେଇଥାଏ ।


ବରଷକୁ ଥରେ ଆସେ ଏଇ ପର୍ବ

ତାକୁ ବା ଭୁଲିବ କିଏ

ହଳଦୀ ପତର ଏଣ୍ଡୁରି ପିଠାର

ପ୍ରଥମାଷ୍ଟମୀଟି ଇଏ ।



Rate this content
Log in

Similar oriya poem from Abstract