STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କର୍ମଭୂମି

କର୍ମଭୂମି

1 min
117

ଜନନୀ ଜନମ ଭୂଇଁ

ଭାରତ ଯେ ମୋର

ତା ଲାଗି ସମର୍ପି ଦେବି

ଜୀବନ ମୋହର


ମୋ ଦେଶେ ଅଛନ୍ତି ଯେତେ

ଭୋକିଲା ମଣିଷ

ଖାଇବାକୁ ଦେବି ଭାତ

ଥିବାଯାଏ ମୋ ଆୟୁଷ


ଦେଶ ହିତ ଲାଗି

ସେବା ତାହାରି କରିବି

ଦୀନହୀନ ଦୁଃଖୀଙ୍କର

ସଖା ହୋଇଥିବି


ଅସହାୟ ହୋଇ ଯେବେ

ହୋଇବେ ନିରାଶ

ନୂଆ ଆଶା ସପନ ଦେଖାଇ

ଦେବି ମୁଁ ସାହସ


ସଭିଏଁ ସମାନ ବୋଲି

ବାର୍ତ୍ତା ମୁଁ ବାଣ୍ଟିବି

ସବୁ ଜାତି ସବୁ ଧର୍ମ

ଏକା ଯେ କହିବି


ଶାନ୍ତି, ମୈତ୍ରୀ, ଭାତୃଭାଵ

ଜୀବନେ ଆସିବ

ସୁଖରେ ରହି ସମସ୍ତେ

ତାଙ୍କ ମୁହେଁ ହସ ଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract