Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Mudra

Inspirational

4  

Prabodha Mudra

Inspirational

କର୍ମ

କର୍ମ

2 mins
217


ବିଶ୍ବବ୍ରହ୍ମାଣ୍ଡର ନାୟକ ଈଶ୍ବର,

ତାଙ୍କର ଲୀଳା ଅଦ୍ଭୁତ, 

ସଜୀବ-ନିର୍ଜୀବ-ଉଦ୍ଭିଦ ଜଗତ,

ସଭିଏଁ ତାଙ୍କଠୁ ସୃଷ୍ଟ ।୧ ।


ସଜୀବ ମଧ୍ୟରେ ନର-ପଶୁ-ପକ୍ଷୀ,

ହୋଇଛନ୍ତି ଯେ ଉତ୍ପତ୍ତି । 

ମନୁଷ୍ୟ ଅଟଇ ସର୍ବଶ୍ରେଷ୍ଠ ପ୍ରାଣୀ, 

ଈଶଙ୍କ ବିଚିତ୍ର ନୀତି ।୨। 


ଜୀବନ-ଜୀବିକା ଧାରଣ ନିମନ୍ତେ, 

ଦେଇଛନ୍ତି ପ୍ରଭୁ କର୍ମ । 

ଜୀବର ଧରମ ସୁକର୍ମ କରିବା,

ଅଟେ ଧାତାଙ୍କ ନିୟମ ।୩। 


କର୍ମ ଅନୁସାରେ ମିଳିଥାଏ ଫଳ,

ବିଧିର ଏହା ବିଧାନ ।

ସ୍ରଷ୍ଟାଙ୍କ ବିଧିକୁ କେହି ତ କଦାପି,

କରି ନ ପାରିବ ଆନ ।୪। 


କର୍ମ ବିନା କେହି ନପାରେ ତ ବଞ୍ଚି, 

କର୍ମ ହିଁ ମାନବ ଧର୍ମ । 

ସ୍ବଧର୍ମ ପାଳନେ ମିଳଇ ସମ୍ମାନ, 

ଏହା ଅଟେ ସାରମର୍ମ ।୫। 


ସୂର୍ଯ୍ୟ-ଚନ୍ଦ୍ର-ତାରା-ଗ୍ରହ-ନକ୍ଷତ୍ରାଦି,

ସ୍ବକର୍ମେ ଥାନ୍ତି ତତ୍ପର। 

ଯଥା ସମୟରେ ଦିଅନ୍ତି ଆଲୋକ,

କର୍ତ୍ତବ୍ୟ ପାଳି ନିଜର ।୬। 


ମେଘ ଦ୍ବାରା ବୃଷ୍ଟି କରେ ଜଳଦାନ,

ବାୟୁ ବହେ ଅନୁକ୍ଷଣ । 

ପିପୀଲିକା ଠାରୁ ମୃଗେନ୍ଦ୍ର ପର୍ଯ୍ୟନ୍ତ,

ସର୍ବେ କର୍ମର ଅଧୀନ ।୭। 


କଷ୍ଟ କଲେ କୃଷ୍ଣ ମିଳନ୍ତି ଅବଶ୍ୟ, 

ଏହାତ ସତ୍ୟ ବଚନ ।

ବସି ଖାଇଲେ ଯେ ସରେ ନଈବାଲି,

କୁବେର ହୁଏ ନିର୍ଧନ ।୮। 


ଅକର୍ମା ସର୍ବଦା ନିନ୍ଦଇ ଭୂମିକୁ,

ବୋଲେ ଜମି ଅନୁର୍ବର । 

ଆଳସ୍ୟପଣରେ ଦିନ କାଟୁଥାଏ,

କହେ ସେ କଥା ଚାତର ।୯। 


ଅଳସୁଆ ବ୍ୟକ୍ତି ଭୋଗୁଥାଏ ଦୁଃଖ,

ଭାଗ୍ୟକୁ କରିଣ ନିନ୍ଦା ।

ବାକ୍ୟବୀର ହୋଇ ବିତାଏ ସମୟ 

ନ କରି ଯେ କାମଧନ୍ଦା ।୧୦। 


କର୍ମ ହିଁ ଈଶ୍ବର କର୍ମ ଅଟେ ଧର୍ମ, 

ଏହା ଯେ କରେ ସ୍ମରଣ । 

ମଣିଷ ମଧ୍ୟରେ ସେହି ଏକା ସିନା,

ହୋଇଥାଏ ଭାଗ୍ୟବାନ ।୧୧। 


କାର୍ଯ୍ୟ ଆରମ୍ଭରୁ ବିଘ୍ନ ହେବ ଜାଣି,

ଯେ ବ୍ୟକ୍ତି ନ କରେ କର୍ମ । 

ଅପାରଗ ବୋଲି କହନ୍ତି ତାହାକୁ, 

ସେ ଅଟେ ନର ଅଧମ |୧୨| 


ଭୀରୁ ପରି ହୋଇ କାର୍ଯ୍ୟର ଅଧାରୁ,

ଛାଡିଚାଲେ ଯେଉଁ ନର । 

ନିକର୍ମାଟା ବୋଲି କହନ୍ତି ତାହାକୁ,

ମଣିଷ ମଧ୍ୟେ ଅସାର ।୧୩ | 


ଯେତେ ବାଧାବିଘ୍ନ ହେଲେ ସମ୍ମୁଖୀନ,

ନ ଛାଡେ ତା'ର ଉଦ୍ୟମ । 

ଅଦମ୍ୟ ଚେଷ୍ଟାରେ ହୁଏ କୃତକାର୍ଯ୍ୟ, 

ସେହି ଏକା ନରୋତ୍ତମ ।୧୪। 


ଶ୍ରଦ୍ଧାଭାଜନର ଅଧିକାରୀ ହୁଏ,

କରିଲେ ନର ସୁକର୍ମ ।

ଘୃଣାର ପାତ୍ର ଯେ ହୁଏ ସେହି ବ୍ୟକ୍ତି,

କରେ ଯଦି ସେ କୁକର୍ମ।୧୫। 


ଗୀତା-ଅଷ୍ଟାଦଶ ଅଧ୍ୟାୟ ମଧ୍ୟରେ,

ତିନି ଯୋଗ ଅଟେ ଶ୍ରେଷ୍ଠ । 

କର୍ମ-ଜ୍ଞାନ ଓ ଭକ୍ତିଯୋଗ ମଧ୍ୟରୁ, 

କର୍ମଯୋଗ ଯେ ପ୍ରଶସ୍ତ ।୧୬। 


ବିବିଧ ଦର୍ଶନ ଶାସ୍ତ୍ର ଅନୁସାରେ 

କର୍ମ ଅଟେ ବହୁବିଧ ।

କର୍ମର ସଜ୍ଞା ଓ ଲକ୍ଷଣକୁ ଜାଣି,

କରିଥାନ୍ତି କାର୍ଯ୍ୟ ବୁଧ ।୧୭। 


ପୁରାଣେ ତ୍ରିବିଧ କର୍ମର ଲକ୍ଷଣ 

କରାଯାଇଛି ବର୍ଣ୍ଣନ । 

ସଞ୍ଚିତ-ପ୍ରାରବ୍ ପୁଣି ତା 

ସହିତ ରହିଅଛି କ୍ରିୟମାଣ ।୧୮। 


ଅନେକ ଜନ୍ମର କୃତକର୍ମ ଫଳ, 

ସଞ୍ଚୟ ହୁଏ ଗଚ୍ଛିତ । 

ସଞ୍ଚିତ କର୍ମର ଫଳକୁ ଏ ଜନ୍ମେ, 

ପ୍ରାରବ୍ଧ ରୂପରେ ପ୍ରାପ୍ତ ।୧୯। 


ପୂର୍ବଜନ୍ମ କୃତକର୍ମର ଫଳ ଯେ, 

ଅଟଇ ପ୍ରାରବ୍ଧ କର୍ମ । 

ବଞ୍ଚିଥିବା ଯାଏ ଭୋଗେ କର୍ମଫଳ,

ଏହି ତ ସାର ମରମ |୨୦| 


ଏହିଜନ୍ମେ ନର ଯେଉଁ କର୍ମକରେ,

ତାହା ଅଟେ କ୍ରିୟମାଣ । 

ପରଜନ୍ମରେ ସେ ଅବଶ୍ୟ ଭୋଗିବ 

କୃତକର୍ମ ଫଳମାନ ।୨୧। 


ଅନୁଚିତ କର୍ମ ବର୍ଜନୟ ତାହା,

ପ୍ରାଣ ଯଦି ଯାଏଚାଲି । 

କର୍ତ୍ତବ୍ୟ କର୍ମଟି ସଦା କରଣୀୟ,

 ନ ଯାଅ ତ କେବେ ଭୁଲି |୨୨| 


କର୍ମେ ମାନବର ଥାଏ ଅଧିକାର,

ଫଳେ ଆଶା ନାହିଁ ଯା'ର । 

କର୍ମ ଅନୁସାରେ ମିଳିଥାଏ ଫଳ,

ଏହା ଅଟେ ସତ୍ୟ ଗିର ।୨୩।



Rate this content
Log in

Similar oriya poem from Inspirational