କର୍ମ
କର୍ମ
ଜୋତା ପଲିଶ ବି କର ପଛେ ବନ୍ଧୁ
ପେଟ ପାଇଁ ତୁମେ କରୁଛ
ପେଟ ପୋଷିବାକୁ କିଛି କରିଚାଲ
ଲାଜ କାହିଁ ପାଇଁ କରୁଛ ।
ସଚୂଟ ପଣିଆ ଅଳଙ୍କାର ପରି
ଶୋଭାପାଏ କର୍ମଜନେ
ଭରସା ହୁଡ଼ିଲେ ମିଳେନାହିଁ ଦାନା
ରହି ଯିବେ ସଦା ନିମ୍ନେ ।
ବିଶ୍ୱାସରେ ଥିଲେ ଅଧରାତ୍ରୀ ବେଳେ
ଖୋଜିଲେ ମିଳଇ ଦାନା
ବିଶ୍ୱାସରେ କର୍ମ କରୁଥିଲେ ବନ୍ଧୁ
ଅଭାବ ରୁହେନି କନା ।
ସୁକର୍ମରୁ ଜାତ ଅଦ୍ଭୁତ ଆନନ୍ଦ
ତା ଠାରୁ ଶାନ୍ତି କେ ନାହିଁ
କୁକର୍ମ କରିଣ ନିନ୍ଦା ଅପବାଦେ
ମୁଣ୍ଡ ଯାଏ ସଦା ନଇଁ ।
ବୁଣିଲେ ବିହନ ଅମଳ କରିବା
ବରଷକ ପାଇଁ ଦାନା
ନକରିଲେ ଚାଷ କେହି ଦେବେ ନାହିଁ
ଉପାସ ରହିବ ସିନା ।
କାମ କରିବାକୁ ପଡୁଥିଲେ ଯାହା
ଦେହେ ମାରି କରିଯିବା
କର୍ମ ହିଁ କର୍ମ ଯେ ଉଚ୍ଚ ନୀଚ୍ଚ ନାହିଁ
ପଛଘୁଞ୍ଚା କିଆଁ ଦେବା ।
କରମ କରିଲେ ଫଳଟି ପାଇବେ
ଆନନ୍ଦେ ରହିବେ ସଦା
ଅଳସୁଆ ହେଲେ ସରବେ ଘୃଣାରେ
ଭାବିବେ ଖତର ଗଦା ।
ଖାତଗ୍ଦାଟିଏ ହେବନାହିଁ ଆମେ
ଅଳିଆ ନୁଁହ କାହାର
କରିଚାଲିଥିବା ମନୁଷ୍ୟର କର୍ମ
ବଢିବ ସମାଜେ ଆଦର ।
