STORYMIRROR

sudhakar sethi

Inspirational

4  

sudhakar sethi

Inspirational

କରିଦେ ପାରି

କରିଦେ ପାରି

1 min
56

ଆହେ କଳା ସିନ୍ଧୁ ଭକତର ବନ୍ଧୁ

ପଶିଛି ତୋର ଶରଣ

ଦୁଃଖି ଦୁନିଆର ତୁ ଏକା ଢରସା

ତ ଚରଣେ ଯାଉ ପରାଣ


ମୋ ଜୀବନ ପଥ କଣ୍ଟକ ଭରା

କେମିତି ସହିବି କହ

ତୋର ହାତ ଧରି ଚାଲିବାକୁ ଇଛା

ନାହିଁ ଏ ସଂସାରେ ମୋହ


ଯାହାକୁ ଚିନ୍ତିଲେ ଯାହାକୁ ଭଜିଲେ

ଦେଉଛି ସେ ହାତ ଛାଡି

ହା ହୁତାସରେ ଜୀବନ ବିତୁଛି 

ହଜିଛି ସୁଖର ଘଡି


ସ୍ଥାବର ଜଙ୍ଗମ ହେ କୀଟ ପତଙ୍ଗ

 ସବୁତ ତୁମରି ଦୟା

ଦୟାର ସାଗର ମୋହୁଛ ଜଗତ

କେ ବୁଝିବ ତୋର ମାୟା


ଅଳପ ବୁଦ୍ଧିରେ ଜାଣିଛି ଏତିକି

ନାହିଁ ତୋର ଆଦି ଅନ୍ତ

ସଂସାର ଚାଲୁଛି ତୋର ଇସାରାରେ

ତୁହିତ ଜଗତ ନାଥ 


ଭକତ ବତ୍ସଳ ଆହେ ଦିନବନ୍ଧୁ

ଭକତ ତୋ ଜୀବଧନ

ଭକତ ଆକୁଳ ସହି ନପାରୁ ତୁ

ତା ପାଇଁ ସହୁ କଷଣ


ଚୋର ବନୁ କେବେ ତୋ ଭକତ ପାଇଁ

ଚୋରିକରୁ କ୍ଷୀର ଭାଣ୍ଡ

ଭାରତ ଯୁଦ୍ଧରେ ବନି ସତ୍ୟର ସାରଥି

କରିଲୁ ପାପର ଅନ୍ତ


ଭକ୍ତ ସାଲବେଗ ବଳିଆ ଦାସ

ଆବା ଦାସିଆ ବାଉରୀ

କେ କେତେ ଭକତ ହୋଇଛନ୍ତି ପ୍ରଭୁ 

ଏ ଭବ ସାଗର ପାରି


ତୋ କରୁଣାରୁ ଦେ କିଛି ନାଥ

ଏତିକି ମାଗୁଣି ମୋର

ଜୀବ ଯିବା ଯାଏ ରହି ଥାଉ ସଦା

 ତ ନାମ ଏ ତୁଣ୍ଡର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational