କରିବା ମନ ମଧ୍ୟରେ ଶୁଦ୍ଧ ଚିନ୍ତନ
କରିବା ମନ ମଧ୍ୟରେ ଶୁଦ୍ଧ ଚିନ୍ତନ
ମଣିଷ ଅଟଇ ସୃଷ୍ଟିର ସବୁଠୁ ବିବେକୀ
ଓ ଉନ୍ନତ ଭାବର ପ୍ରାଣୀ
ଯାହାର ବିଚାର ମହତ୍ ସେ ଲେଖିଥାଏ
ଧରାରେ ନୂତନ କାହାଣୀ |୧|
ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର
ଅଛି କିଛି ନା କିଛି ତ ଗୁଣ
ଦେଶ ଗଠନ ଓ ସମୃଦ୍ଧି ଗୁଣ ଯେଉଁଠାରେ
ଅଧିକ ସେ ଦେଶ ମହାନ |୨|
ଯାହାର ସୈନିକ, ଶ୍ରମିକ, ଓ କୃଷକ ପ୍ରତି
ଅଛି ଶରଧା ଓ ସନମାନ
ସେ ଦେଶ କରେ ଦୃତ ଅଭିବୃଦ୍ଧି ସେ ଦେଶ
ରହେ ତ ସର୍ବଦା ମହାନ |୩|
ମାନବର ବଞ୍ଚିବା ସକାଶେ ଲୋଡା ଥାଏ
ସଦା ବେଳେ ଖାଦ୍ୟ ଜାଣ
କ୍ଷୁଧାମୁକ୍ତ ଦେଶ କରିବା ପାଇଁ କି ଖାଦ୍ୟ
ଉତ୍ପାଦନର ହୁଏ ପ୍ରୟୋଜନ |୪|
ଚାଷ କାମ କେହି କରିଲେ ସେ ଲୋକକୁ
କରିଲେ ସମସ୍ତେ ହେୟ ଜ୍ଞାନ
ଭିକ୍ଷାଥାଳ ଧରି ମାଗିଲେ ବିକଳେ କ୍ଷୁଧାମୁକ୍ତ
ଭାବ ହୋଇବ ସାତ ସପନ |୫|
ଦେଶ ଗଠନରେ ଆଗାମୀ ପିଢ଼ିର ମଧ୍ୟରେ
ଉଜ୍ୱଳ ତାରକାଙ୍କ ଦରକାର
ହୁଅନ୍ତୁ ଗାଣିତିଜ୍ଞ, ବୈଜ୍ଞାନିକ, ସାହିତ୍ୟିକ,
ଦାର୍ଶନିକ, କଳାକାର ଚିତ୍ରକର |୬|
ଯଦି ସଭିଏଁ ଭାବନ୍ତି ସହଜେ ମାଗି ଖାଇ
ଦାନ ପାଇ ଜୀବନେ ଚଳିଯିବା
ସରକାର ଅଛନ୍ତି ଆମ ପାଇଁ ସବୁ କରି
ଦେବେ, ଆମେ କିମ୍ପାଇଁ ଖଟିବା |୭|
ମାଗଣା ଖାଦ୍ୟ ବ୍ୟବସ୍ଥା କରିଲେ ଦେଶ
କେବେ କଣ ହେବ ସ୍ବାବଲମ୍ବନ
ଜନତାଙ୍କ ଠାରୁ ରାଜନେତା ଯାଏ ଆସନ୍ତୁ
କରିବା ମନରେ ଶୁଦ୍ଧ ଚିନ୍ତନ |୮|
ଦାରିଦ୍ର୍ୟ, ବେକାରୀ ଓ ଅଜ୍ଞାନ ଦେଶରୁ
ହଟାଇ ବଢାଇବା ଜ୍ଞାନ ବିଜ୍ଞାନ
କୃଷିକର୍ମ କରି, ଦଲାଲ ବେପାର ହଟାଇ,
ବଢାଇବା ଖାଦ୍ୟର ଉତ୍ପାଦନ |୯|
ଧର୍ମପଦ ବାଜି ରାଉତର ଦାୟାଦ ଆମେ
ରେ ଆମେ ନୁହେଁ ହୀନୀମାନ
ଦେଶବାସୀଙ୍କ ପାଇଁ କି କଅଣ ପଣ କରି
ପାରିବାନି ଆମରି ଏ ଜୀବନ |୧୦|
