STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

କରିଅଛି ଆଶା

କରିଅଛି ଆଶା

1 min
301

କରିଅଛି ଆଶା କରିଛି ଭରସା

ତୁମକୁ ନୂଆ ବରଷ

ତୁମେ ଚାଲିଆସ ସୁଖ ଶାନ୍ତି ନେଇ

ସର୍ବ ମୁଖେ ଖେଳୁ ହସ।


ବିଗତ ଦିନର ହସକାନ୍ଦ ଲୁହ

ସବୁତ ଏବେ ପୁରୁଣା

ପାଇବାର ସୁଖ ହରାଇବା ଦୁଃଖ

ଖାଲି ଗୋଟେ ବୁଝାମଣା

ଛଳନା କପଟ ମିଛ ଅବିଶ୍ବାସ

କରିଦିଅ ଥରେ ଶେଷ।


ସଂସାରରେ ଖେଳୁ ଆନନ୍ଦ ଉଲ୍ଲାସ

ତୁମରି କରୁଣା ଲଭି

ବିଶ୍ବ ଇତିହାସେ ଅମଳିନ ଥାଉ

ଭାଇଚାରା ପ୍ରତିଛବି

ସୁଖରେ ଦୁଃଖରେ ରହିବୁ ସାଥିରେ

ବଢାଇ ମୋ ଦେଶ ଯଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract