STORYMIRROR

Binata Mohanta

Drama Others

3  

Binata Mohanta

Drama Others

କରାଳୀ

କରାଳୀ

1 min
120

ମା ଗୋ ଧରାପୃଷ୍ଠେ ହୁଅ ପୂଜୀତା

     ରୁଦ୍ରାଣୀ ରୂପେ

ଏହି ରୂପ ଦେଖି ଯୋଦ୍ଧା ମଧ୍ୟ 

     ଭୟେ ଥରଥର କମ୍ପେ ।।


ଶତ୍ରୁକୁ କର ନିପାତ

     ଧରି ରୂପ କରାଳୀ

ଏହି ପରାକ୍ରମ ନିମନ୍ତେ ବୋଲାଅ

      ଶକ୍ତି ସ୍ୱରୂପା ମହାକାଳୀ ।।


ନୁଖୁରା ଚୁଟି ଗଳାରେ ଖପୁରୀ ମାଳ

       ରକ୍ତ ପିପାଶିନୀ କଳା ଶରୀର

ଏକ ହସ୍ତେ ଖଡ୍ଗ, ଅନ୍ୟ ହସ୍ତେ କଟା ମସ୍ତକ

      ଉକ୍ତ ରୂପ ଧରି ହର ଅସୁର ।।


ଏହି ଭୟଙ୍କର ରୂପ ନେଇ

       ପୂଜିତ ହୁଅ ମରତେ

ଲକ୍ଷ୍ମୀ ରୂପେ ପାଅ ପୂଜା 

      ଆଶିଷ ବରଷାଅ ଜଗତେ ।।


ତୁମ ଆଗମନ ଦିଏ

      ଶାନ୍ତି ସମୃଦ୍ଧି ଜଗତଜିତା

ତୁମ ଆଶିଷରେ ଅଛି 

      ଶୁଭ ଲାଭର ବାରତା ।।


ଦୀପଟିଏ ଜାଳି କଲେ ଆବାହନ

      ପୂର୍ଣ୍ଣ ହୁଏ ସମସ୍ତ ମନସ୍କାମନା

ଦୁଃଖୀରଙ୍କି ଦୀନହୀନଙ୍କ କର ଦୂର

        ଅନ୍ନ କଷ୍ଟ ମାତା ଅର୍ଣ୍ଣପୂର୍ଣ୍ଣା ।।


ଅମାବାସ୍ୟାର ଅନ୍ଧକାର ରାତ୍ରୀରେ

      କର ଧରା ବତରଣ

ସଭିଙ୍କ ନିମନ୍ତେ ଶୁଭ ଦୀପାବଳୀ ହେଉ

      କର ସମସ୍ତ କଷ୍ଟ ନିବାରଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama