STORYMIRROR

Dr. Rajib Lochan Panigrahy

Abstract Children Stories Inspirational

4  

Dr. Rajib Lochan Panigrahy

Abstract Children Stories Inspirational

କର ଯୋଗ ରୁହ ନିରୋଗ

କର ଯୋଗ ରୁହ ନିରୋଗ

1 min
22

ଯୋଗ ରଖେ ଶରୀରକୁ ନିରୋଗ 

ଯୋଗ ବିନା ଶରୀରେ ପଶଇ ରୋଗ 

ଆଗ କାଳରେ ମଣିଷର ଥିଲା ପରିଶ୍ରମ 

ବିଲ ବାଡ଼ି ଚାଷ ଵାସ କରୁଥିଲା ନିତ୍ୟ 

ଖାଉଥିଲା ଯାହା କରୁଥିଲା ନିଜେ ଆଦାୟ 

ଗାଈ ଗୋବର ଖତ କରୁଥିଲା ଉପଯୋଗ 

ଘର ଚୁଲିରେ ପାଉଁଶରେ ମାରୁଥିଲା ପୋକ 

ହେଉଥିଲା କାମ ଆଦାୟ ପୁଷ୍ଟି ଯୁକ୍ତ ଶସ୍ୟ 

ନିଜ ଜମିରେ କରି ପରିଶ୍ରମ ବଂଚୁଥିଲା ସୁସ୍ଥ 

ନଥିଲେ ମଶା ଡାଁଆଷ ନଥିଲା ଏତେ ରୋଗ 

ଥିଲା ଖାଲି ଜର କାଶ ଥଣ୍ଡା ସର୍ଦ୍ଦି ଆଉ ବାତ 

ବାତ ପିତ୍ତ କଫ ଛାଡିଲେ ନଥିଲା ଅନ୍ୟ ରୋଗ 

ଥିଲେ ଗାଁ ରେ ବୈଦ୍ୟ ଦେଉଥିଲେ ଆୟୁର୍ବେଦ 

ହାତ ପାଖ ଔଷଧରେ ରୋଗୀ ହେଉଥିଲା ସୁସ୍ଥ 

ଦୀର୍ଘାୟୁଷ ହୋଇ ମଣିଷ କାଟୁଥିଲା କାଳ 

ଏବେ ମଣିଷ ଭୋଗୁଛି ଅନେକ ଅଚିହ୍ନା ରୋଗ 

ଯାହାର ଔଷଧ ଡାକ୍ତର ହୁଏ ବାତ ବଣା 

ପଡ଼େନାହିଁ ଜଣା ତାର ସଠିକ ନିଦାନ କି ଚିକିତ୍ସା 

ଆଉ କେତେକ ରୋଗ ଜାଣିଲା ବେଳକୁ 

ମଣିଷକୁ ହୋଇଯାଏ ଶେଷ ଜୀବନ ସୀମା 

ଏ ସବୁର ଦାୟୀ ଅଟେ ଆଧୁନିକ ଦିନଚର୍ଯ୍ୟା 

ପାଶ୍ଚାତ୍ୟ ସଭ୍ୟତା ରେ ଜୀବନ ବଂଚିବା 

ଆଧୁନିକ ଖାଦ୍ୟ ପେୟ ଅବା ଦୂଷିତ ଖାଦ୍ୟ 

ଜଳବାୟୁ ଏବେ ଦୂଷିତ ଗଢି କଳ କାରଖାନା 

ମଣିଷ ବଂଚିପାରୁନି ଗାଡ଼ି ମୋଟର ବିନା 

ଗଛ ଲତା ସବୁ ଆମେ କରିଦେଉଚୁ ପଦା 

ବାୟୁ ମଣ୍ଡଳରେ ବଢୁଛି ତୀବ୍ର ତାପମାତ୍ରା 

ଖାଦ୍ୟରେ ଖାଉଛେ ଆମେ କୀଟନାଶକ 

ପାନୀୟରେ ପୁଛେ ସର୍ବେ ରାସାୟନିଜ ବିଷ 

ଦୁର୍ଲଭ ଶରୀର ମଣିଷର ଅଟେ ବିଭୁଦତ୍ତ 

ଯେତେ ପାରୁ ସହିଯାଏ ଦୁନିଆର ବିଷ 

ବିଷକୁ ପଣ କରି ଶିବ ହେଲେ ନୀଳକଣ୍ଠ 

ମଣିଷ ଜୀବନ ପାଣି ଫୋଟକା ଛାର 

ସବୁ ବିଷରୁ ଯୋଗ କେବଳ କରିବ ପାର 

ପ୍ରତିନିତ୍ୟ କରୁଥିଲେ ଯୋଗ ଶରୀରେ 

ନ ଆସିବ କେବେ ରୋଗ ଆଉ ବିଷାଦ 

ମନକୁ ରଖଇ ପ୍ରଫୁଲ୍ଲ, ଚିତ୍ତ ରଖେ ଶାନ୍ତ 

ରକ୍ତକୁ କରି ସୁଦ୍ଧ ଶରୀର କରେ ନିରାମୟ 

ଶ୍ୱାସ ପ୍ରଶ୍ୱାସ ରେ ନ ରଖି ସମସ୍ୟା 

ଯୋଗ ଶରୀରକୁ ରଖଇ ନିରୋଗ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract