କପିଳାସ
କପିଳାସ
ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାର
ଉତ୍ତର ପୂର୍ବ ଦିଗରେ ଅବସ୍ଥିତ
ଏକ ମହାଦେବଙ୍କ ମନ୍ଦିର...
ଏହି ଶିବ ମନ୍ଦିର କପିଳାସ ନାମେ
ସାରା ଭାରତରେ ପ୍ରସିଦ୍ଧ ଓ ବିଖ୍ୟାତ
ଚନ୍ଦ୍ର ଶେଖର ମହାଦେବ ହୁଅନ୍ତି ପୂଜିତ ।।
ଗଙ୍ଗ ବଂଶର ରାଜା ପ୍ରଥମ
ପୁରୁଷୋତ୍ତମ ଦେବଙ୍କ ଶାସନ କାଳେ
ବାରଶହ ଛୟାଳିଶ ଖ୍ରୀଷ୍ଟାବ୍ଦରେ
କରିଥିଲେ ଏହି ମନ୍ଦିର ନିର୍ମିତ
ବାମ ପାର୍ଶ୍ଵେ ଅବସ୍ଥିତ ପୟମାରତ କୁଣ୍ଡ
ଡାହାଣ ପାର୍ଶ୍ଵେ ମରୀଚ କୁଣ୍ଡ ଅବସ୍ଥିତ।।
ଏହି ମନ୍ଦିର ପାଖରେ ଅବସ୍ଥିତ
ପାର୍ବତୀ, ଗଣେଶ, କାର୍ତ୍ତିକେୟ, ବିଷ୍ଣୁ,
ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର
ପାର୍ଶ୍ୱ ଦେବତା ଭାବେ ଶ୍ରୀଜଗନ୍ନାଥ
ଏଠାରେ ଅଛନ୍ତି ବିରାଜିତ।।
ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ
ମର୍ତ୍ତ୍ୟର ଦେବତାମାନେ ଆସନ୍ତି ଏଠାକୁ
ସଭା ଆୟୋଜନ କରନ୍ତି ବୋଲି ରହିଛି
ପୁରାଣରେ ହୋଇଅଛି ଅନେକ ଗାଥା
କପିଳ ମୁନିଙ୍କ ଆଶ୍ରମ ଥିବାରୁ ଏଠି
ହୋଇଛି ନାମିତ ନାମେ କପିଳାସ
ଶିବଙ୍କର ଏହା ଅଟେ ଦ୍ବିତୀୟ କୈଳାସ।।
ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ
ପ୍ରଭୁ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ତ୍ୟାଗ ପରେ
ବାଲ୍ମିକୀ ଆଶ୍ରମେ ଲବକୁଶ ସାଥେ
ଏହି କପିଳାସ କ୍ଷେତ୍ରେ ରହୁଥିଲେ ବୋଲି
ପୁରାଣରେ ଅଛି ବଣ୍ଣିତ
ତପସ୍ୟା ପୀଠରେ ପର୍ବତ ଶିଖରେ ଅଛି
ଏକ ବିରାଟ ପଥର
ଯାହା ଆଘାତ କଲେ ଭିତରଟି ଫମ୍ପା
ଥିବା ପରି ଶବ୍ଦ ଶୁଭେ ବାରମ୍ବାର।।
ଶ୍ରାବଣ ମାସରେ କାଉଡ଼ିଆ ମାନେ
ପାଣି ଭାର ଧରି ଆସନ୍ତି ବହୁତ ଦୂରୁ
ଶିବଙ୍କର ସୋମବାର ପୁଜା କରନ୍ତି ସଭିଏଁ
ମନସ୍କାମନା ପୁରଣ ନିମନ୍ତେ ଧାଇଁ ଆସନ୍ତି
କାହିଁ କେତେ ଦୂର ରାଇଜରୁ।।
ସବୁ ପୀଠ ସ୍ଥଳୀ ଠାରୁ ଅତ୍ୟନ୍ତ ସୁନ୍ଦର
ଭାବ ବନ୍ଧନରେ ଭକତ ଭଗବାନ
କପିଳାସ ଅଟେ ସୁନ୍ଦର ପ୍ରାକୃତିକ ସ୍ଥାନ
ତେର ଶହ ବାଉନ ପାହଚ ଚଢି ଭକତ
କପିଳାସରେ କରଇ ମନସ୍କାମନା ପୁରଣ।।
