STORYMIRROR

pratap nayak

Tragedy

3  

pratap nayak

Tragedy

କୋଉଠି ମୁଁ ହଜେଇଲି ମୋ ପିଲାବେଳ

କୋଉଠି ମୁଁ ହଜେଇଲି ମୋ ପିଲାବେଳ

1 min
14.1K


ଖୋଜି ଖୋଜି ପାଉନି ମୁଁ

କୋଉଠି ହଜେଇଲି ମୋ ପିଲା ବେଳ

ପିଲାବେଳ ସାଂଗସାଥୀ

ଅଜା ଆଇ ମାମୁଁ ମାଇଁ

ଲୁଚକାଳି ବୋଉଚୋରୀ

ତାସାଂଗେ ବାଗୁଡି

ଅାମ୍ବ ଚୋରୀ ନଇପହଁରା

ଅଣ୍ଟିଏ କଂଟେଇ କୋଳି

ଚାଟଶାଳୀ ବେଏଗ ସିଲଟ

ଗୁଲି ନଟୁ ଆଉ ବାଟୁଳିଖଡା ମୋର

ବାପାଙ୍କ ନାଲିଆଖି

ପୁଣି ବୋଉ ଲୁଗା କାନି

ଦାଦା କାନ୍ଧେ ଦୋଳଯାତ

ଜେଜଙ୍କ ବର୍ଷା କଂକଡା

ମା'ର ଅସୁରୁଣୀ ଗପ

ସପ୍ନ ପରିଲାଗେ

ହଜିଲା ପିଲା ବେଳ ଖେଜି ପାଆନ୍ତିନି

ଖେଳନ୍ତିନି ଦୋଳି ବର ଓହଳରେ

ଆଣ୍ଠୁ ଛିଣ୍ଡେଇ ଆସନ୍ତି ମୁହଁ ସଂଜବେଳେ

ଲୁଚେଇ ଖାଆନ୍ତିନି ମିଠା ଆଲମାରୀ ଖୋଲି

ଅମାନିଆଁ ଢଳ ଢଳ ଆଖି ମୋର

ଚୋରାନ୍ତାନି ତାଙ୍କ ବରକୋଳି

ଲାଗନ୍ତାନି ଝଗଡା ମୋ ମା ସାଂଗେ

କଳେହି ଗୋବରା ମାଆର

ବାପାଙ୍କ ମାଡ ଭୟରେ

ସୁଅନ୍ତିନି ସଂଜବେଳୁ

ପେଟେଇ ଆଣ୍ଠିଏ ଧୁଳିରେ

ଖଂଜା ଘରଟାରେ

ନିଦରୁ ଉଠେଇବ ବୋଉ

କହିବ ଖାଇଦେ ଧନରେ

ଖଟଉପରୁ ପାଟି ଶୁଭୁଥିବ ବାପାଙ୍କର

ଖୋଇଦେ ନହଲେ ଅନ୍ତ ସୁଖିଯିବ ତା'ର

ଖାଇ ନିଦ ବାଉଳାରେ

ସକାଳେ ପଚାରିନ୍ତିନି

କାହିଁକି ଡାକିଲୁନି କାଲି ଖାଇବାକୁ

ବୋଉକୁ ମୋହର

କାଂଦ ଲାଗେ

ଖୋଜୁଛି !

ଖୋଜୁଛି ମୁଁ କୋଉଠି ହଜେଇଲି

ମୋ ପିଲାବେଳ

କୋଉଠି ହଜେଇଲି ମୋ ପିଲାବେଳ।।


ପ୍ରତାପ ନାୟକ

୭୦୦୮୦୫୪୨୮୨



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy