STORYMIRROR

Pranati Mahapatra

Inspirational

5.0  

Pranati Mahapatra

Inspirational

କୋଟି ପ୍ରଣାମ

କୋଟି ପ୍ରଣାମ

1 min
13.7K


ଶ୍ରୀମନ୍ଦିର ଆସି ସ୍ଵର୍ଗଦ୍ଵାର ଯିବ

ଭକ୍ତପାଦେ ପ୍ରାଣ ଯାଉ,

କାଳିଆ ପାଖରେ ନିଜକୁ ସମର୍ପି

ଭଜନ ଗାଇବ କେ ଆଉ।

ଜଗାପାଇଁ ନିତି ମଲ୍ଲୀଫୁଲ ଖଞ୍ଜା

ପିଞ୍ଜିରିପିଞ୍ଜା ତ ଶୁଭିବ ନାହିଁ,

କେମିତି ଅଛି ଏ କଳାସାଆନ୍ତେ

ତା ଦୁଃଖ ସୁଖ କଥା ପଚାର ରହି।

ବଡ଼ ହଟିଆ ସେ କଳାନାଗର ତ

ତୁମକୁ ଭାବି ନିଜର,

ତା ପାଖକୁ ନେଇ ଦୁଃଖ ସୁଖ ହେବ

କରି ଯେ ବନ୍ଧୁ ତାହାର।

ଅଦୂରରୁ ଥାଇ ଭକ୍ତି ପୁଷ୍ପାଞ୍ଜଳି

ସମର୍ପି ଦେଲି ତୁମକୁ,

ଜଗତର ନାଥ କାଳିଆସାଆନ୍ତ

ଶାନ୍ତି ଦିଅନ୍ତୁ ଆତ୍ମାକୁ।

ନନ୍ଦସୁତ ପରା ସେ କଳାକହ୍ନେଇ

ଖେଳିଲା ତ ଆମ ସାଥେ,

ସଙ୍ଗୀତର ମହା ନାୟକଙ୍କୁ ନେଇ

ଅନାଥ କରିଲା ସତେ।

କୋଟିପ୍ରଣାମ ହେ ମହାନାୟକ


ଜୟ ଜଗନ୍ନାଥ

ପ୍ରଣତି ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational