STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

କୋଣାର୍କ

କୋଣାର୍କ

1 min
172

କୋଣାର୍କର ଯେତେ ନୃତ୍ୟାଙ୍ଗନା ନର୍ତ୍ତକୀ ଆଖିରେ ଆଖିଏ ଲୁହ

ହୃଦୟେ ଅନେକ କୋହ ଖୋଜନ୍ତି ସେଦିନର ଶିଳ୍ପୀ ଦେଖନ୍ତି ଚନ୍ଦ୍ରଭାଗାରେ ନିରେଖି ସେହିସବୁ ଶିଳ୍ପୀ ସାଥେ ଧରମା କେଣେ ଗଲ ସବୁ କୁହ ଅବୟବ ସବୁ ଭଗ୍ନ ଶୀଳା ସାଜେ ଫେରିଆସି ଥରେ ଜୀବନ୍ୟାସ ପୁଣି ଦିଅ ଚକ ସଙ୍ଗେ ଅଖ ଭୁଶୁଡିବା ଦେଖି କେମିତି ନୀରବେ ରହିବୁ କୁହ ସୂର୍ଯ୍ୟ ଦେବତାଙ୍କ ଉପାସନା ପାଇଁ ଏ ମନ୍ଦିର ଉଠିଥିଲା ଗଢି, ଫୁଟିଥିଲୁ ଫୁଲ ସମ କଢି ରକ୍ଷଣା ବ୍ୟକ୍ଷଣ ନୋହିଲେ ରହିବକି ସେହି ମୋହ ଭଗ୍ନ ଶୀଳାରେ ସମସ୍ତ ନର୍ତ୍ତକୀ ଚାରୁଶିଳ୍ପ କଳା ଯୁଇରେ ଶୋଇଯିବୁ ରଖି ଦେହ ଇତିହାସ ଯଦି ଅମର ନୋହିବ ଲେଖା ଓ ଲେଖନୀ, ଭିତରେ ରୁହ ଜୀବନ୍ୟାସ ଆମ ନ୍ୟାର୍ଯ୍ୟ ଦାବି ଆମ ପାଖେ ଶିଳ୍ପ ଚାତୁରୀ ଚାବି ସେପାଇଁ ପିଉଛୁ ଲୁହ ପୋଛିଦେବ ଯଦି ଲୁହ, କବି ଲେଖକ ପ୍ରାବନ୍ଧିକ ଧନ୍ୟ ହୋଇବ ସୃଜନୀ ପୁଣି ଫେରିବ ଚାରୁ ଚିତ୍ରତ୍ପଳା ରଜନୀ ନର୍ତ୍ତକୀ ଆମେ ଚମତ୍କାରେ ଚେଇଁବୁ ହସିବ ଶାଣିତ ଶୋଣିତ ଗାତ୍ର ଦେହ କହି ଜୟ କୋଣାର୍କର ଜୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract