STORYMIRROR

Kali Kumar

Inspirational Others

3  

Kali Kumar

Inspirational Others

କୋଣାର୍କ

କୋଣାର୍କ

1 min
766

ସଭିଏଁ ଦେଖନ୍ତି ଭଗ୍ନ ଶିଳାରେ

ଚାରୁ କଳାର କିର୍ତ୍ତୀମାନ ସ୍ତମ୍ଭ

କିଏ ବା ଦେଖୁଛି ଚିତ୍ରେ ଫୁଟିଥିବା

କାରିଗରର ଶ୍ରମ ସମ୍ଭୂତ ପ୍ରତିବିମ୍ବ ।୧।

ସଭିଏଁ ଦେଖନ୍ତି ପଥର ଦେହରେ

ଛବି କେମିତି ସାଜେ ଜୀବନ୍ତ

କିଏ ବା ଦେଖୁଛି ମର ମଣିଷର

ଦୁଃଖ ଯନ୍ତ୍ରଣାର ଦୃଶ୍ୟ ଯେ ମର୍ମନ୍ତୁକ ।୨।

ସଭିଏଁ ଦେଖନ୍ତି ନଗ୍ନ ନର୍ତ୍ତକୀର

କାମନା ବାସନା ପୂର୍ଣ୍ଣ ଅଙ୍ଗୀ ଭଙ୍ଗୀ

କିଏ ବା ଦେଖୁଛି ନର୍ତ୍ତକୀ ପ୍ରଚ୍ଛଦେ ଲୁକାୟିତ

ବଢ଼େଇମାନଙ୍କ ମନ ତଳର ପ୍ରତିଛବି ।୩।

ସଭିଏଁ ପଢ଼ନ୍ତି ପାଷାଣ ଦେହରେ

କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ପରିଭାଷା

କିଏ ବା ପଢ଼ୁଛି ମୂକ ମଣିଷର

ବୁକୁ ମଧ୍ୟେ ନୀରବ କ୍ରନ୍ଦନର, ମୌନଭାଷା ।୪।

ସଭିଏଁ କରନ୍ତି ମନ୍ଦିର ନିର୍ମାଣେ, ଖର୍ଚ୍ଚ

କେତେ ରାଜକୋଷ, ଆକଳନ - ଅନୁମାନ 

କିଏ ବା କରୁଛି ଖର୍ଚ୍ଚ, କେତେ କାରିଗରଙ୍କ

ଦିନରାତି, ପୁଣି କେତେ ଉଛୁଳା ଯୌବନ ।୫।

ସଭିଏଁ ଭାବନ୍ତି ନିର୍ମାଣ ସମ୍ଭବ କେମିତି

ନ ଥାଇ, ଉନ୍ନତ ମେସିନ୍ ଯନ୍ତ୍ର ବିଜ୍ଞାନ, 

କିଏ ବା ଭାବୁଛି କେତେ ଉଚ୍ଚକୋଟିର ଥିଲା

ଆମ କାରିଗରୀ କଳା କୌଶଳ ଜ୍ଞାନ ।୬।

ସଭିଏଁ କହନ୍ତି ଲାଙ୍ଗୁଳା ନରସିଂହ ଦେବ

ତୋଳିଥିଲେ କାଳେ ଏ ମନ୍ଦିର,

କୁହ ତେବେ ଥରେ, କାହିଁ ଗାଲେ ସେହି

ଶିଳାର ଗର୍ଭେ, ସମାଧିସ୍ଥ ଦୀନ ହୀନ କାରିଗର ।୭।

ସଭିଏଁ କହନ୍ତି ଚନ୍ଦ୍ରଭାଗାରେ ଲୀନ

ଧରମା, ବଳିଦାନର ମହତ ଗାଥା,

କିଏ ବା ବୁଝୁଛି ଅପ୍ରସ୍ଫୁଟିତ - ଅକୁହା

ବୁଢ଼ା ବାପାର ପୁତ୍ର ବୟୋଗର ବ୍ୟଥା ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational