କୋଣାର୍କ ର ବିଳାପ
କୋଣାର୍କ ର ବିଳାପ
ହେ ମୋର ଅତି ପ୍ରିୟ ର ଓଡ଼ିଆବାସୀ
ଐତିହ୍ୟ ଶବ୍ଦ ର ଅର୍ଥ କ'ଣ ଏତେ ଶୀଘ୍ର ଭୁଲିଗଲକି?
ତେବେ ମୋର ଗୋଟିଏ ପ୍ରଶ୍ନ ତୁମ ସମସ୍ତଙ୍କ ପାଇଁ
କୋଣାର୍କ ମନ୍ଦିର କ'ଣ ତୁମ ମତରେ ଐତିହ୍ୟ ନୁହଁଇ?
ଯଦି ହଁ, ତେବେ ତା'ର ଏ କ୍ଷତବିକ୍ଷତ ଶରୀର ର
ପୁନରୁଦ୍ଧାର ପାଇଁ କେତେ ସଚେତନ?
ତା'ର ନିର୍ଜୀବ ପଥର ଦେହରେ
ଜୀବନ୍ତ ଭାସ୍କର୍ଯ୍ୟ ର ସେ ନିହାଣ ମୁନରେ
କବିତା ର ମଧୁର ମୂର୍ଚ୍ଛନା,
ଏବେ ବି ସେ ବିଗତ ଯୌବନା ର ପଥର ଦେହରେ
ଖୋଦିତ ଚିତ୍ରକାବ୍ୟ କରେ ଆନମନା।
ଲାବଣ୍ଯମୟୀ କୋଣାର୍କ ର ଶରୀର ରକ୍ତାକ୍ତ
ହେଲେ ସୌନ୍ଦର୍ଯ୍ୟ ର ରୂପଲାବଣ୍ୟ ଏବେ ବି ଜିବୀତ,
ଆତ୍ମା ତା'ର ନୁହଇଁ ଯେ ମୃତ।
ଶୀଳାପଦ୍ମ କୋଣାର୍କ ର ପ୍ରସ୍ତର ର କଠିନ ବକ୍ଷରେ
ଅତୀବ ମନୋରମ ନାରୀ ରୂପସୀଙ୍କର ଅଙ୍ଗଶୈଷ୍ଠବ ଲାବଣ୍ଯ।
ପ୍ରକୃତି ପୁରୁଷ ର କାମ କେଳି ଆଉ ଶ୍ରୁଙ୍ଗାର ର ଷୋଡ଼ଶ ରସ
ସତେ ଯେମିତି ଜରାଜୀର୍ଣ୍ଣ ଆଉ ଉପେକ୍ଷିତ
ସେଥିପାଇଁ ବୋଧହୁଏ ଅକୁହା ବୁକୁଫଟା କୋହର
ଲୁହରେ ଆଜି ଭିଜୁଛି କୋଣାର୍କ।
ହେ ଚେଇଁ ଶୋଇଥିବା ମୋ ଓଡିଆବାସୀ
ଏଇ ନିର୍ଜୀବ - ଶିଳା ର ଶିଳ୍ପୀମାନଙ୍କର ଲହୁବୁହା
ଅବଦାନକୁ ନିଶ୍ଚିହ୍ନ ହେବାକୁ ଦିଅ ନାହିଁ,
ପୁଣି ଥରେ କୋଣାର୍କ ର ବକ୍ଷରେ ଜାଗରଣ ଜନ୍ମ ନେଉ
ତାର ହ୍ରୁଦୟ ରେ ଶିହରଣ ସ୍ରୁଷ୍ଟି ହେଉ
ଆଉ ବିଗତ ଯୌବନା ହେଉ ନବାଗତା ଯୌବନା।