କନ୍ୟାଦାନ
କନ୍ୟାଦାନ
ସଭିଏଁ କହନ୍ତି କନ୍ୟାଦାନ ମହାପୂଣ୍ୟ
କରି କନ୍ୟାଦାନ ଅରଜୁଛ ପୁଣ୍ୟ
ବାପା ତୁମେ ଧନ୍ୟ l
ଅନ୍ତର ଫେଡ଼ିଣ ଦେଖ ତୁହି
ବଚନେ ନ ହୁଏ କହି
ବାପାର ବେଦନା ଏହି l
ଲହୁ,ଲୁହ ନିଗାଡ଼ି ଗଢିଛି
ସଂଯୋଗି ଅନେକ କର୍ମ କରିଛି
ମୁଖେ ହସ ଫୁଟାଇଛି l
ଯାହା ଡାକରେ ଘର ପୁରିଉଠେ
ଦେଖିବା ପାଇଁକି ଚାହିଁବି ବାଟ
ରତ୍ନମଧ୍ୟେ ସେ ଶ୍ରେଷ୍ଠ l
କ୍ଷଣକେ ସାଜିଲା ସେ ପରଧନ
ଥିଲା ଦିନେ ଯିଏ ପରାଣ
ଅନ୍ଧାରେ ଆଲୁଅ ସମାନ l
ଝିଅ ଯେ ବୁଝଇ ବେଦନା
ଗ୍ରାସିଲେ ଦୁଃଖ ପିତାର ମନ
କରଦେଲି ତାକୁ ଦାନ l
ହୃଦୟ ମୋର ହୁଏ ଜର୍ଜରିତ
ମନେ ପଡିବ ସେ ନିତି
ଝରାଏ ଲୁହ ଲୁଚି ଲୁଚି l
