Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

କନ୍ୟା ଦିବସ ଉପଲକ୍ଷେ

କନ୍ୟା ଦିବସ ଉପଲକ୍ଷେ

1 min
116



ଦେଖ ଆଜିକାଲି ଝିଅମାନେ ଆଗୁଆ ରହୁଛନ୍ତି 

ସମାଜର ସବୁ କ୍ଷେତ୍ରରେ 

ସଫଳତା ହାସଲ କରନ୍ତି ପାଠପଢା ଠାରୁ ଆରମ୍ଭ 

କରି ରାଜନୀତିରେ।


ଯେତେବେଳେ ପିତା ଘରୁ ବିବାହ ପରେ ଅନ୍ୟ 

ଘରକୁ ଯାଏ ଝିଅଟିଏ

ଶାଶୁ ଘରର ସମସ୍ତ ଅପରିଚିତ ମଧ୍ୟରେ କମ୍ 

ସମୟ ମଧ୍ୟରେ ମିଶିଯାଏ ।


ତେବେ କୁହ ଯଦି କନ୍ୟା ସନ୍ତାନ ଜାତ ହୁଏ 

କିଛି ପରିବାର ମଧ୍ୟରେ 

ତେବେ କାହିଁକି ବିଷାଦର ଛାୟ ଖେଳି ଯାଏ 

ପୁରୁଷକୈନ୍ଦ୍ରିକ ମନୋବୃତ୍ତିରେ ।


ପୁରୁଷ ଯେତେବେଳେ ନିଜେ କନ୍ୟା ସନ୍ତାନ 

ପାଇଁ ଦାୟୀ ରହୁଥାଏ

ତଥାପି ପୁରୁଷକୈନ୍ଦ୍ରିକ ଚେତନାରେ ନାରୀକୁ 

ପରିବାର ଦାୟୀ କରିଥାଏ ।


ଜଣେ ସୁକନ୍ୟା ଘରର ଉନ୍ନତି ପାଇଁ ଥାଏ ତ 

ସମର୍ପିତ ଭାବନାରେ

ଘରର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ମଧ୍ୟ 

ବହୁ ଚେଷ୍ଟା ବି କରେ ।


ଝିଅଟିଏ କାର ନାହିଁ ପାଶେ ବୋଲି ତାର ମନ 

ଦୁଃଖରେ ରହିଥାଏ

ଝିଅ ଜନମି ନାହିଁ ବୋଲି ଗୌରବ ନପାଇଲେ 

ଭାଗ୍ୟକୁ ଦୋଷ ଦିଏ ।


କିଏ ଉପମାରେ ଭରି ଦିଏ ଝିଅଟିଏକୁ ନୀଳ 

ସରୋବରର ନୀଳ କଇଁ 

ଫୁଟାଇ ହସ ପୁରୁଷ ମନକୁ ଦେଉଛି ତୋଷି, 

ବଢାଇ ଥାଏ ସେ ରୂପମୟୀ ।


ପୁରୁଷର ସପନ କାଗଜରେ ସାତ ରଙ୍ଗ ଦିଏ 

ସେ, ପ୍ରୀତି ତୂଳି ହାତେ ଧରି

କଣେଇଁ ଚାହିଁଲେ, ପୁରୁଷର ଚପଳତା ପ୍ରାଣେ 

ଝରି ପଡଇ ପରା ମାଧୁରୀ ।


ସମ୍ପର୍କର ଦ୍ୱାହି ଦେଇ, ସେଇ ମନହର ନୀଳ 

କଇଁକୁ ତୁମେ କିପରି ଭାଙ୍ଗିବ

ସେ କି ସତରେ ଏକ ମାଟିର ଖେଳଣା, ଗଢାର 

ସମ୍ପର୍କ ପାଇଁ ସବୁ ସହି ଯାଉଥିବ ?


Daughter's day ର ଅଜସ୍ର ଶୁଭେଚ୍ଛାଦେଲେ

କି ହେବ ହୃଦୟଟା ଯଦି କଳୁଷ ମୟ

ବାହ୍ୟକୁ ସୁନ୍ଦରତା ଦେଖାଇଲେ ମନକୁ କରେନି ସ୍ୱଚ୍ଛ,

ପୁରୁଷକୈନ୍ଦ୍ରିକ ଭାବନାରୁ ମୁକ୍ତ କର ନିଜ ହୃଦୟ ।



Rate this content
Log in

Similar oriya poem from Action