STORYMIRROR

Sushree sangita Swain

Abstract

2  

Sushree sangita Swain

Abstract

କନ୍ୟା ଭୃଣ

କନ୍ୟା ଭୃଣ

1 min
3.1K

ଜନନୀ ରୁ ଜାୟା ଲଗ୍ନଜିତା ମହାମାୟା

ଶକ୍ତିରୂପା ଭୂଦେବୀ

ସୌନ୍ଦର୍ଯ୍ୟ ର ଅନୁପମ କାୟା

ଧରିତ୍ରୀ ରୁ ମହାକାଶ ବ୍ୟାପି

ଅନନ୍ତ ତା ସତ୍ତା ପରିସୀମା

ମମତା ର ଅନିର୍ବାଣ ପ୍ରତିମୂର୍ତ୍ତି

ମାତୃଶକ୍ତି ଆଦ୍ୟାଶକ୍ତି

କବିର କଳ୍ପନା ପୁଣି

ଚିତ୍ରକର ର ରହସ୍ଯ ମୟ ହସ

ଜନ୍ମରୁ ଜୁଇ ଯାଏ ଖଣ୍ଡାଧାର ଯାର ଯାତ୍ରା ପଥ

ଭୃଣ ରୁ ଡଷ୍ଟବିନ ଯାଏ

ପ୍ରଲମ୍ବିତ ଅଭିଶପ୍ତ ପଥ

ଲୋଡ଼େ ନାହିଁ ସଂରକ୍ଷଣ

ଅବା ଆଶ୍ୱାସନା, ଖ୍ୟାତି ରେ ଓ ପ୍ରତିଭା ରେ

ହେବ ସେ ଶ୍ରୀପର୍ନା

ମୁକ୍ତି ଦିଅ ତାକୁ ଜନନୀ ଜଠରୁ

ଦିଅ ତାକୁ ଏତିକି ସୁଯୋଗ

ରାସ୍ତା କଡ଼ ନର୍ଦମା ବା ଡଷ୍ଟବିନ ନୁହଁ

ଜନନୀ ର ଉଷ୍ମ କୋଳ ଭୋଗ

ହେଉ ତାର ଭାଗ୍ୟ


Rate this content
Log in

Similar oriya poem from Abstract