ମାପି ହୁଏ ନାହିଁ ସେହି ସଉଦା
ଅଣ୍ଟି କାଟେ ତଣ୍ଟି କାଟେ
କହିହୁଏନାହିଁ ମନର ଗହନ କଥା
ଝୁଣ୍ଟି ଝୁଣ୍ଟି ପାଥେୟ ଛୁଟେ
ଖାଇ ହୁଏ ନାହିଁ ଛ ଫଡା ଓଉ
ଫାଟିଯାଏ ଦୁଇ ଓଠ
ରଖିହୁଏ ନାହିଁ ହୃଦୟେ ସାଇତି
ପ୍ରେମରେ ଆସିଲେ ଫାଟ
ଉଆଁସୀ ରାତିରେ ଜହ୍ନ ଦେଖିବାକୁ
ମନ କିନ୍ତୁ ଛଟପଟ
ସାଧବ ବୋହୂଟା ନାଲି ପାଟ ପିନ୍ଧି
ବର୍ଷାରେ କରୁଛି ହଟଚମଟ
ମନ କଥା କାଁହୁଁ ହୃଦୟ ବୁଝିବ
ବୁଝେକି ମନ ସେ ନାଟ
କିଏ ଦେଖିକି ପାରେ ହୃଦୟ ଭିତରେ
ସାଆଣ ମେଲା ଅଛି କି ନା କବାଟ
ପଞ୍ଚମ ଦୁଆର ଖୋଲିବି କଳିଆ ଅଛନ୍ତି
ଭକତ ମାରେ କୁହାଟ
ଭିଡ଼ ଠେଲି ଯାଇ ହେଉନି ଦର୍ଶନେ
ପ୍ରଭୁ ହେ ବତାଅ ବାଟ
ନକର ଭକ୍ତ ଜନଙ୍କୁ କୁଟକପଟ
ଉଠାଅ ଅଡା ଆକଟ ନାଟ
ଦର୍ଶନ ଦିଅ ଜଗତ ଠାକୁର ଗୋସେଇଁ
ଫହଁରେ ଭକ୍ତ ଦେଖି ଦାରୁ କାଠ
ଛନକା ଛାଇରେ ଛାନିଆଁ ହୋଇ କିଏ
ଯାଏ ମଠ କିଏ ଶୁଏ ଖଟ
ଦେଖି ତୁମରି ସଂସାର ହାଟ