STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

କଙ୍କି ପ୍ରଜାପତି ଓ ଭ୍ରମର

କଙ୍କି ପ୍ରଜାପତି ଓ ଭ୍ରମର

1 min
253


କଙ୍କି, ପ୍ରଜାପତି, ଭ୍ରମରଙ୍କର 

ବିନୀତ ଅନୁରୋଧ..

ମୋ ସହ ବସିବା ପାଇଁକି ମିତ

ମୁଁ କିନ୍ତୁ ମାଗିଲି ସମୟ

ଆଉ ଟିକେ 

ହେବା ପାଇଁ ପରିଚିତ..


ବନ୍ଧୁତ୍ବ ହେଉ ବା ଆଉ କିଛି

ସମୟ ତ ଲୋଡ଼ା

ପରଖିବାକୁ ..

ମୁଁ ପରା ଫୁଲ,

ନିର୍ଣ୍ଣୟ ନେବା ପୂର୍ବରୁ

ଭାବିବାକୁ ପଡେ ନୀତି ,ଅନୀତି

ସମାଜ ଆଉ ଦୁନିଆକୁ


ଏମିତିରେ ତ ସେମାନେ ପ୍ରତାରକ ବୋଲି

ଦୁନିଆଟା ସାରା ପ୍ରଚାର

ଯଦି ମୁଁ ବି ହୋଇଯାଏ 

ପ୍ରତାରଣାର ଶୀକାର...!


ଧୀରେ ଧୀରେ ସେମାନଙ୍କ 

ଅନୁରୋଧ ପାଲଟିଗଲା ଜିଦରେ

ପରେ, ପରେ ଜବରଦସ୍ତି...

ଖିନ ଭିନ କରିଦେବାର ଧମକ

ସବୁ ଲୁଟି ନେବାର ନାଲି ଆଖି...

ତା' ପରେ ଷଡଯନ୍ତ୍ର,

ଚକ୍ରବ୍ୟୁହ,


"ଶୃଙ୍ଖଳା ହିଁ ସଫଳତାର ଚାବିକାଠି" ପରି

ମୁଁ ଆପଣେଇନେଲି ନିରାବତାକୁ...

ନିରାବତାର ସ୍ୱର ବୋଧହୁଏ 

ଶୁଭୁଥିଲା ମୋ ଇଷ୍ଟକୁ..


ବାସ୍ ..! ଆଉ କଣ ହେବ.!


କୋଉ ଗୋଟେ ସୁନ୍ଦର ସକାଳର

କିରଣରେ ଝଲସୁଥିଲା 

ମୋ ନରମ, କୋମଳ ପାଖୁଡା..

ସର୍ବହରା ହେବା ପୂର୍ବରୁ

ସାଦରେ ପାଛୋଟିନେଲା କେଉଁ ଏକ ମାଳି..

ମୁଁ ବି ସମର୍ପି ଦେଲି ସବୁ

ଜାଣିଶୁଣି....

ପ୍ରଭୁ ପଦସେବାରେ ଲାଗି 

ଚିରଦିନ ପାଇଁ ହେଇଗଲି ଋଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy