STORYMIRROR

Bijay Prusty

Fantasy

4  

Bijay Prusty

Fantasy

କମଳ ଲୋଚନ ହରି

କମଳ ଲୋଚନ ହରି

1 min
285


ଗୋପ ଗୋପାଳୁଣୀ ଭୁଲିଗଲୁ କିରେ

ଯେବେଠୁ ଆସିଲୁ ପୁରୀ

ଭାବିଲୁନି ଟିକେ ସେମାନଙ୍କ କଥା

କେତେ ହେଉଥିବେ ଝୁରି I


ପତିତ ପାବନ ବାନା ଉଡାଉଛୁ

ପତିତ ଉଦ୍ଧାର ପାଇଁ

କେତେଯେ ଆରତ ବଡଦାଣ୍ଡେ ତୋର

ତୋତେ କ'ଣ ଦିଶୁନାହିଁ I


ସବୁ ଜାଣି କିଛି ନଜାଣିଲା ପରି

ନୀରବରେ ବସିଥାଉ

କା' ମଥାରେ ଢାଳୁ ଆଶିଷର ଧାରା

କା' ଆଖିରେ ଲୁହ ଦେଉ I


ଏତେ ବଡ ବଡ ଚକା ଚକା ଆଖି

ଦେଖିଲେ ଲାଗୁଛି ଡର

ତୋ ଭକ୍ତ କୁହନ୍ତି ସବୁ ଦେଖୁଥାଏ

ସେଇ ଚକାଆଖି ତୋର I


ମୁଁ ସିନା କହୁଛି କିଛି ତୁ ଜାଣୁନୁ

ଅୟସ କରୁଛୁ ଖାଲି

ତୋ ମହିମା ଗାନ କରନ୍ତି ଭକତେ

ବୁଲି ବୁଲି ସାହି ଗଳି I


ତୋରକଥା ଏକା ତେତେ ହିଁ ଗୋଚର

କମଳ ଲୋଚନ ହରି

ତୋର ଚକାଆଖି କଳିଆ ବଦନ

ଦେଖି ଦିନ ଯାଉ ସରି I

  


Rate this content
Log in

Similar oriya poem from Fantasy